କୋହଲିଙ୍କ ବିରାଟ କୀର୍ତ୍ତିମାନ: ହେଲେ ବିଶ୍ଵ ରେକର୍ଡର ଅଧିକାରୀ

କୋହଲିଙ୍କ ବିରାଟ କୀର୍ତ୍ତିମାନ: ହେଲେ ବିଶ୍ଵ ରେକର୍ଡର ଅଧିକାରୀ
କୋହଲିଙ୍କ ବିରାଟ କୀର୍ତ୍ତିମାନ: ହେଲେ ବିଶ୍ଵ ରେକର୍ଡର ଅଧିକାରୀ

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟି-୨୦ ମୁକାବିଲାରେ ଭାରତକୁ ବିଜୟୀ କରାଇବା ସହିତ ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୋହଲି ୧୨ ହଜାର ରନ ପୂରଣ କରିବାରେ ତୃତୀୟ ଅଧିନାୟକ ହୋଇଛନ୍ତି। ତାଙ୍କ ଆଗରେ ବର୍ତ୍ତମାନ ରିକି ପଣ୍ଡିଂ ଓ ଗ୍ରେମ ସ୍ମିଥ୍ ରହିଛନ୍ତି। କୋହଲିଙ୍କୁ ଅଧିନାୟକ ଭାବେ ୧୨୦୦୦ ରନ ପୂରଣ କରିବାକୁ ୧୭ ରନ ଦରକାର ଥିଲା। ଦ୍ଵିତୀୟ ଟି-୨୦ରେ କୋହଲି ୧୭ ରନ କରିବା ମାତ୍ରେ ଏହି କ୍ଲବରେ ସାମିଲ ହୋଇ ଯାଇଛନ୍ତି। ଏଥିସହ ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟି-୨୦ ଅନ୍ତରାଷ୍ଟ୍ରୀୟରେ କୋହଲି ୩୦୦୦ ରନ ପୂରଣ କରିଛନ୍ତି।

ସଂପ୍ରତି ଅନ୍ତର୍ଜାତୀୟ କ୍ରିକେଟ୍ରେ ଅଧିନାୟକ ଭାବେ ସବୁଠୁ ଅଧିକ ରନ କରିବାର ରେକର୍ଡ ରିକି ପଣ୍ଟିଂଙ୍କ ନାମରେ  ରହିଛି। ପଣ୍ଟିଂ ଅଧିନାୟକ ଭାବେ ୧୫୪୪୦ ରନ କରିଛନ୍ତି। ଦ୍ଵିତୀୟରେ ଥିବା ଗ୍ରେମ ସ୍ମିଥ୍ ୧୪୮୭୮ ରନ କରିଛନ୍ତି। ଏଥିସହ କୋହଲି ଟି-୨୦ ଅନ୍ତର୍ଜାତୀୟରେ ପ୍ରଥମ ଖେଳାଳି ଭାବେ ୩୦୦୦ ରନ ପୂରଣ କରିଛନ୍ତି।

ସୂଚନାଯୋଗ୍ୟ, କୋହଲି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ଅଧିନାୟକ ଭାବେ ସବୁଠୁ ଦ୍ରୁତ ୧୨୦୦୦ ରନ ପୂରଣ କରିଛନ୍ତି। ବିରାଟ ୨୨୬ ଇନିଂସରେ ଏହି ଖାସ୍ ସଫଳତା ହାସଲ କରିଛନ୍ତି। ପଣ୍ଟିଂ ୨୮୨ ଇନିଂସ ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ ସ୍ମିଥ୍ ୨୯୪ ଇନିଂସରେ ୧୨୦୦୦ ରନ ପୂରଣ କରିବାକୁ ସକ୍ଷମ ହୋଇଥିଲେ।

ଟି-୨୦ ଅନ୍ତରାଷ୍ଟ୍ରୀୟରେ ପୂରଣ କଲେ ୩୦୦୦ ରନ

ବିରାଟ କୋହଲି ଦ୍ଵିତୀୟ ଟି-୨୦ରେ ୪୯ ବଲ୍‌ରୁ ୭୩ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ସେ ନିଜର ଇନିଂସରେ ୫ ଚୌକା ୩ ଛକା ମାରିଛନ୍ତି। ଏଥିସହ କୋହଲି ଟି-୨୦ ଅନ୍ତରାଷ୍ଟ୍ରୀୟରେ ୩୦୦୦ ରନ ପୂରଣ କରିଛନ୍ତି। ବିଶ୍ଵ କ୍ରିକେଟ୍‌ରେ ଟି-୨୦ ଅନ୍ତରାଷ୍ଟ୍ରୀୟରେ ୩୦୦୦ ରନ ପୂରଣ କରିବାରେ ସେ ପ୍ରଥମ କ୍ରିକେଟ୍‌ର। ମ୍ୟାଚ୍ ପୂର୍ବରୁ କୋହଲି ୨୯୨୮ ରନ କରିଥିଲେ।

ଏବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁଠୁ ଅଧିକ ରନ କରିବା ମାମଲାରେ ବିରାଟଙ୍କ ପରେ ରୋହିତ ଶର୍ମା(୨୮୩୯) ରହିଛନ୍ତି। ମାର୍ଟିନ ଗୁପଟିଲ(୨୭୭୩)ତୃତୀୟ ଓ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ୍(୨୩୪୬) ଚତୁର୍ଥ ସ୍ଥାନରେ ରହିଛନ୍ତି।