କୋହଳ ହେଲା ଜଗା ଦର୍ଶନ

କୋହଳ ହେଲା ଜଗା ଦର୍ଶନ
କୋହଳ ହେଲା ଜଗା ଦର୍ଶନ

ଭୁବନେଶ୍ୱର: ଆହୁରି କୋହଳ ହେଲା ଜଗା ଦର୍ଶନ। ଏଣିକି ସବୁ ରବିବାର ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ଆନନ୍ଦବଜାରରେ ମଧ୍ୟ ଭକ୍ତମାନେ ମହାପ୍ରସାଦ ସେବନ କରିପାରିବେ। ସକାଳ ୬ଟାରୁ ଦର୍ଶନ ଆରମ୍ଭ ହେବ। ଅନ୍ୟପକ୍ଷରେ ସ୍ୱଚ୍ଛତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କଠୋର ହୋଇଛି। ମନ୍ଦିର ପରିସରରେ ପାନ ଛେପ ପକାଇଥିବା ୧୦୦୦ ଟଙ୍କା ଜୋରିମାନା ଗଣିବାକୁ ପଡ଼ିବ। ଏମାନଙ୍କୁ ଧରିବାକୁ ସ୍ପେସାଲ ସ୍କ୍ୱାର୍ଡ ଗଠନ ହୋଇଛି।