Sunday, December 7, 2025
26 C
Odisha

    କାଜୁ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା: ଗୁରୁତର ମାଲିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

    ଆଗକୁ ପଢନ୍ତୁ

    ଗଜପତି  :  ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଲାବଣ୍ୟଗଡ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଦୀପାବଳି ଦିନ ବିଳମ୍ବିତ ରାତ୍ରରେ ଘଟିଥିବା କାଜୁଫେକ୍ଟ୍ରି ପୋଡି ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ମାଲିକଙ୍କ ମୃତ୍ୟୁ ଘଟିଛି । ରବିବାର ଦିନ ଫ୍ୟାକ୍ଟ୍ରିର ମାଲିକ ବି.ଭି. ଜଗନ୍ନାଧ ରାଓ ବିଶାଖାପାଟଣା ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

    ସୂଚନାନୁଯାୟୀ , ଗତ ଦୀପାବଳି ଦିନ ବିଳମ୍ବିତ ରାତ୍ରରେ ଜଗନ୍ନାଥପୁର ସ୍ଥିତ ଜଗନ୍ନାଥ କାଜୁ ଇଣ୍ଡଷ୍ଟ୍ରି ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ଲକ୍ଷଧିକ ଟଙ୍କାରୁ ଉର୍ଦ୍ଧ ସମ୍ପତି ପୋଡ଼ି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡ ଖବର ପାଇ କାଜୁ ଫ୍ୟାକ୍ଟ୍ରିର ମାଲିକ ବି. ଭି. ଜଗନ୍ନାଧ ରାଓ ପହଞ୍ଚି ଫେକ୍ଟ୍ରିର ଫାଟକକୁ ହଠାତ ଖୋଲିଦେଇଥିଲେ । ଫଳରେ ନିଆଁ ଝାସ ବାଜି ଗୁରୁତର ଭାବେ ଆହତ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଲୋକେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଯୋଗୁଁ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସିତ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟ ଘଟିଥିଲା । ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି । ଏନେଇ ଗାରାବନ୍ଧ ଥାନାରେ ୭/୨୫ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା ସୂଚନା ପ୍ରଦାନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26 ° C
    26 °
    26 °
    24 %
    2.4kmh
    19 %
    Sun
    26 °
    Mon
    26 °
    Tue
    26 °
    Wed
    26 °
    Thu
    26 °

    ସମ୍ବନ୍ଧିତ