Saturday, February 14, 2026
16.3 C
Odisha

    କାନ୍ଥତଳେ ଚାପିହୋଇ ଚାଲିଗଲା ୨ ବର୍ଷର ଶିଶୁ କନ୍ୟାଙ୍କ ଜୀବନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତର ବାରତଣିଆ ଗ୍ରାମର ଅଘଟଣ ଘଟିଛି। କାନ୍ଥ ତଳେ ଚାପି ହୋଇ ୨ ବର୍ଷ ଝିଅର ଜୀବନ ଯାଇଛି। ଗ୍ରାମର ଚିତରଞ୍ଜନ ମୁଣ୍ଡା ଏବଂ ତାଙ୍କ ୨ ଝିଅ ବନିତା, ଶୁଭଲକ୍ଷ୍ମି ଓ ସ୍ତ୍ରୀ ରଜନୀ ଗୁରୁବାର ବିଳମ୍ବିତ ରାତିରେ ଶୋଇଥିଲେ। ଲଗାଣ ବର୍ଷା ଯୋଗୁ ଘର କାନ୍ଥ ସେମାନଙ୍କ ଉପରେ ଖସି ପଡିଥିଲା। ଫଳରେ କାନ୍ଥ ତଳେ ପରିବାର୪ ସଦସ୍ୟ ଚାପି ହୋଇ ରହିଥିଲେ। ଗାଁ ଲୋକେ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ଝିଅ ଶୁଭଲକ୍ଷ୍ମୀ (୨)ଙ୍କ ମୃତ୍ୟୁ ଘଟିଛି। ଚିତରଞ୍ଜନ ସ୍ତ୍ରୀ ରଜନୀ ଓ ଝିଅ ବନିତା ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। କେନ୍ଦୁଝରରେ ଶିଶୁକନ୍ୟାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପାଟଣା ଥାନା ଅଧିକାରୀ ଉଦୟ ବୀର କୁଲୁ କହିଛନ୍ତି।
    ଘଟଣାସ୍ଥଳରେ ସାହାରପଡା ତହସିଲଦାର ପରମାନନ୍ଦ ଖଣ୍ଡେଇ ପରିଦର୍ଶନ କରି ଘଟଣାର ତଦନ୍ତ କରି ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.3 ° C
    16.3 °
    16.3 °
    41 %
    1kmh
    4 %
    Sat
    32 °
    Sun
    33 °
    Mon
    34 °
    Tue
    34 °
    Wed
    34 °

    ସମ୍ବନ୍ଧିତ