Sunday, January 18, 2026
30.1 C
Odisha

    କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍‍ଘାଟିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍‍ଘାଟିତ । ଆମେରିକାନ ଆସୋସିଏସନ ଅଫ ଇଣ୍ଡିଆନ ଅରିଜିନ- ଭାରତୀୟ ବଂଶୋଦ୍ଭବ ଚିକିତ୍ସକ ସଂଘ ପକ୍ଷରୁ କିମ୍‍ସରେ ୧୯ତମ ଗ୍ଲୋବାଲ୍ ହେଲଥ୍‍କେୟାର ସମିଟ୍ ୨୦୨୬ ଉଦ୍‍ଘାଟିତ । ଜାନୁଆରୀ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସମ୍ମିଳନୀରେ ଭାରତ ଓ ଆମେରିକାର ୧୧୦ରୁ ଊର୍ଦ୍ଧ୍ୱ ପ୍ରଖ୍ୟାତ ଡାକ୍ତର, ଗବେଷକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ନବସର୍ଜନାକାରୀମାନେ ଯୋଗ ଦେଇଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାର କିମ୍‍ସରେ ଏଭଳି ସମ୍ମିଳନୀ ଆୟୋଜିତ ହୋଇଛି ।

    ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଭାସୀ ମାଧ୍ୟମରେ ଯୋଗଦେଇ ଅନ୍ତର୍ଜାତୀୟ ଚିକିତ୍ସା ସହଯୋଗ ଓ ଜ୍ଞାନ ବିନିମୟକୁ ଆଗକୁ ବଢ଼ାଇବା ଏଭଳି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ବୋଲି କହିଛନ୍ତି। ଭାରତୀୟ ବଂଶୋଦ୍ଭବ ଡାକ୍ତରମାନେ ଆମେରିକାରେ ଆଧୁନିକ ସ୍ୱାସ୍ଥ୍ୟସେବା ସଂଗଠନ କରିବା ସହିତ ଦୟା, ଶୃଙ୍ଖଳା ଏବଂ ବୃତ୍ତିଗତ ଉତ୍କର୍ଷତା ମାଧ୍ୟମରେ ଗଭୀର ଓ ସ୍ଥାୟୀ ବିଶ୍ୱ ପ୍ରଭାବ ସୃଷ୍ଟି କରିପାରିଛନ୍ତି ।

    ଏଥିରେ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ଡାକ୍ତରମାନଙ୍କ ଏଭଳି ବିଶ୍ୱସ୍ତରୀୟ ସମାବେଶ ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଏଏପିଆଇ ଉପରେ ଗୁରୁତ୍ୱାରୋପ କରି ଏଏପିଆଇ ଆମେରିକାରେ କାର୍ଯ୍ୟ କରୁଥିବା ଏକ ଲକ୍ଷରୁ ଅଧିକ ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କୁ ପ୍ରତିନିଧିତ୍ୱ କରୁଛି ବୋଲି କହିଛନ୍ତି। ନିରନ୍ତର ଶୈକ୍ଷିକ ସହଯୋଗ, ଗବେଷଣା, ଜ୍ଞାନ ବିନିମୟ ଓ ଦକ୍ଷତା ନିର୍ମାଣ ମାଧ୍ୟମରେ ଭାରତ ଓ ଆମେରିକା ମଧ୍ୟରେ ଏକ ଏଏପିଆଇର ଭୂମିକା ଗୁରୁତ୍ୱପୂର୍ଣ୍ଣ।

    ଏହି ଅବସରରେ ଡ. ସାମନ୍ତଙ୍କୁ ଏଏପିଆଇ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏଏପିଆଇ ସଭାପତି ତଥା ଏଏପିଆଇ ଜିଏଚ୍‍ଏସ୍‍ ଅଧ୍ୟକ୍ଷ ଡା ଅମିତ ଚକ୍ରବର୍ତ୍ତୀ ଏଏପିଆଇ ହେଉଛି ଆମେରିକାର ଦ୍ୱିତୀୟ ସର୍ବବୃହତ ଚିକିତ୍ସା ସଂଗଠନ ବୋଲି କହିଛନ୍ତି। ପ୍ରାୟ ୧୧୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଏହି ସମ୍ମିଳନୀ ପାଇଁ ପଞ୍ଜିକରଣ କରିଥିଲେ।

    କିମ୍‍ସରେ ଏହି ସମ୍ମିଳନୀ ଆୟୋଜନ କରିବା ଦ୍ୱାରା କିଟ୍‍ ଓ କିମ୍‍ସର ବିଶ୍ୱସ୍ତରୀୟ ଶିକ୍ଷାଗତ ଓ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ପରିଦର୍ଶନ କରିବା ସହ ପ୍ରତିନିଧିମାନଙ୍କୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ବିଷୟରେ ଅଭିଜ୍ଞତା ମିଳିଥିଲା । ସମ୍ମିଳନୀ ଉପରେ ଆଲୋକପାତ କରି ଓଡ଼ିଶା ଫିଜିସିଆନ୍‍ସ ଅଫ୍ ଆମେରିକାର ସଭାପତି ଡା ଅତଶୁ ନାୟକ ଏହି ସମ୍ମିଳନରେ ଆଧୁନିକ ଚିକିତ୍ସା ପଦ୍ଧତି, ରୋଗ ନିବାରଣ, ମଧୁମେହ ଓ ମେଟାବୋଲିଜିମ୍ ବିଷୟରେ ଆଲୋଚନା କରିବା ପାଇଁ ପ୍ରମୁଖ ଡାକ୍ତରମାନଙ୍କୁ ଏକତ୍ରିତ କରିଛି ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    12 %
    2.7kmh
    0 %
    Sun
    27 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ