Wednesday, July 2, 2025
24.5 C
Odisha

    କୋଷ୍ଠକାଠିନ୍ୟ ସମସ୍ୟା ରୁ ମୁକ୍ତି ଦିଏ ବଥୁଆ ଶାଗ

    ଆଗକୁ ପଢନ୍ତୁ

    ପ୍ରତ୍ୟେକ ଶାଗର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ସେଭଳି କିଛି ଶାଗ ମଧ୍ୟରୁ ଆପଣ ବଥୁଆ ଶାଗ ନାମ ତ ଶୁଣଥିବେ। ମାତ୍ର ଏହାର ଉପକାରୀ ଗୁଣ ବିଷୟରେ ହୁଏତ ସଭିଏଁ ଜାଣିନଥିବେ। ଏହା ଅଧିକାଂଶ ଶୀତ ଦିନେରେ ହିଁ ମିଳିଥାଏ। ଏହାସହ ଶୀତ ଦିନେ ଏହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକାରକ। ଏଥିରେ ଭରପୁର ମାତ୍ରାରେ ଭିଟାମିନ ଏ , ଆଇରନ କ୍ୟାଲସିୟମ, ଫସଫରସ ଓ ପୋଟାସିୟମ ରହିଛି। ଏହା ବହୁ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ। ଜାଣନ୍ତୁ ଏହାର ଉପକାରିତା..

    – ବଥୁଆ ଶାଗ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ରୁ ମୁକ୍ତି ମିଳିଥାଏ। ଏହାସହ ବଥୁଆ ଶାଗକୁ ପାଣିରେ ଫୁଟାଇ ସେହି ପାଣିକୁ ପିଇବା ଦ୍ୱାରା ପେଟ ସହ ଜଡ଼ିତ ବହୁ ସମସ୍ୟା ଦୂର ହୋଇଥାଏ।
    – ବଥୁଆ ଶାଗ ରସରେ ଅଳ୍ପ ଚିନି ମିଶାଇ ଖାଲିପେଟରେ ନିୟମିତ ୩ ମାସ ପିଇବା ଦ୍ୱାରା ପେଟରେ ହେଉଥିବା ପଥର ବା ଷ୍ଟୋନ୍‍ ସମସ୍ୟା ଦୂର ହୋଇଥାଏ।
    – ବଥୁଆ ଶାଗ ପିଲାଙ୍କୁ ଖାଇବାକୁ ଦେଲେ ସେମାନଙ୍କର ପେଟରେ ଥିବା କୃମି ଆଦି ଦୂର ହୋଇଥାଏ।
    – ବଥୁଆ ଶାଗ ଖାଇବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ।
    – ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
    – ଅଳ୍ପ କିଛି ପରିମାଣରେ ବଥୁଆ ଶାଗ କଞ୍ଚା ଚୋବାଇ ଖାଇଲେ ମୁହଁର ର୍ଦୁଗନ୍ଧ ଦୂର ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    88 %
    2.2kmh
    99 %
    Tue
    25 °
    Wed
    26 °
    Thu
    30 °
    Fri
    25 °
    Sat
    28 °

    ସମ୍ବନ୍ଧିତ