କ୍ୟାସେଟ୍, ସିଡିର ଉଦ୍ଭାବକ ଓଟେନସଙ୍କ ପରଲୋକ

କ୍ୟାସେଟ୍, ସିଡିର ଉଦ୍ଭାବକ ଓଟେନସଙ୍କ ପରଲୋକ
କ୍ୟାସେଟ୍, ସିଡିର ଉଦ୍ଭାବକ ଓଟେନସଙ୍କ ପରଲୋକ

ନୂଆଦିଲ୍ଲୀ: ଅଡିଓ କ୍ୟାସେଟ୍ ଓ ସିଡି (କମ୍ପାକ୍ଟ ଡିସ୍କ୍)ର ଉଦ୍ଭାବକ ଲୌ ଓଟେନସଙ୍କର ଶୁକ୍ରବାର ନେଦରଲାଣ୍ଡ୍ସ ସ୍ଥିତ ଡୁଇଜେଲ୍ଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ପିଲାଦିନରୁ ଓଟେନସଙ୍କର ବୈଦ୍ୟୁତିକ ଯନ୍ତ୍ରପାତି ପ୍ରତି ଗଭୀର ଆକର୍ଷଣ ରହିଥିଲା। ଏପରିକି ସ୍କୁଲରେ ପଢୁଥିବାବେଳେ ଓଟେନସ ଏକ ରେଡିଓ ନିର୍ମାଣ କରିଥିଲେ, ଯାହାକୁ ତାଙ୍କ ପରିବାର ବହୁ ବର୍ଷ ଧରି ବ୍ୟବହାର ମଧ୍ୟ କରିଥିଲେ। ୧୯୫୨ରେ ଇଂଜିନିୟରିଂ ଡିଗ୍ରୀ ହାସଲ କରିବାପରେ ଓଟେନସ ଫିଲିପ୍ସ କମ୍ପାନୀରେ ଚାକିରି କରିଥିଲେ। ୧୯୬୦ରେ ସେ ପ୍ରଥମ ପୋର୍ଟେବୁଲ ଟେପରେକର୍ଡର ନିର୍ମାଣ କରିଥିଲେ। ଏହାର ଦୁଇବର୍ଷ ପରେ ଅର୍ଥାତ ୧୯୬୨ରେ ସେ ସିଡି ନିର୍ମାଣ କରିଥିଲେ।