Sunday, April 20, 2025
34 C
Odisha

    ଖରାଦିନରେ ସପେଟାର ଫାଇଦା

    ଆଗକୁ ପଢନ୍ତୁ

    ମିଠା ମିଠା ସପେଟାର ଋତୁ ଆସିଗଲାଣି । ଖରାଦିନରେ ବହୁଳମାତ୍ରାରେ ସପେଟା ମିଳିଥାଏ । ଏହା ପାଟିକୁ ଯେତେ ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ଖୁବ ଲାଭକାରୀ ହୋଇଥାଏ । ଖାଲି ସପେଟା ନୁହଁ ଏହାର ଚୋପା ମଧ୍ୟ ଖୁବ ଲାଭକାରୀ । ଏହାର ଚୋପାରେ ଭରପୁର ମାତ୍ରାର ଭିଟାମିନ ଏ, ବି, ସି ଏବଂ ଇ ରହିଥାଏ । ମାର୍କେଟରେ ଆମ୍ବ ସହିତ ସପେଟା ମଧ୍ୟ ଜୋରସୋରରେ ବିକ୍ରି ହେବା ଆରମ୍ଭ ହୋଇଗଲାଣି । କିନ୍ତୁ ଆପଣ ଜାଣନ୍ତି କି ସପେଟାକୁ ପୋଷକ ତତ୍ତ୍ବର ଭଣ୍ଡାର ବୋଲି କୁହାଯାଏ । କାହିଁକି ନା ଏଥିରେ ଭିଟାମିନ, ମିନେରାଲ୍ସ ଏବଂ ଫାଇବର ଭଳି ପୋଷକ ତତ୍ତ୍ବର ଗୁଣ ରହିଥାଏ । ଖରାଦିନ ସପେଟା ଖାଇବା ଶରୀର ପାଇଁ କେତେ ଲାଭଦାୟକ ତେବେ ଆସନ୍ତୁ ଜାଣିବା ।

    ପାଚନ ଶକ୍ତି : ଖରାଦିନେ ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇଥାଏ । ଖରାଦିନେ ସପେଟା ଖାଇବା ଦ୍ବାରା ଅନେକ ଲାଭପ୍ରଦ ହୋଇଥାଏ । ସପେଟାରେ ଫାଇବର ଗୁଣ ଥିବାରୁ ସଠିକ୍ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । କୋଷ୍ଠକାଠିନ୍ୟକୁ ରୋକିଥାଏ ।

    ହାଡ ମଜବୁତ : ସପେଟାରୁ କ୍ୟାଲସିୟମ, ଫସଫରସ ଏବଂ ମ୍ୟାଗ୍ନେସିୟମର ମାତ୍ରା ରହିଥାଏ । ଏହା ଖାଇବା ହାଡ ପାଇଁ ମହତ୍ତ୍ବପୂର୍ଣ୍ଣ ହୋଇଥାଏ । ଉପଯୁକ୍ତ ପୋଷଣ ପାଇଁ ହାଡକୁ ମଜବୁତ ରଖିଥାଏ । ହାଡ ମଜବୁତ ପାଇଁ ଅନେକ ଜିନିଷ ଖାଇବା ସହିତ ସପେଟାକୁ ମଧ୍ୟ ଆଡ କରିପାରିବେ ।

    ସୁସ୍ଥ ଆଖି : ସପେଟାରେ ଭିଟାମିନ ଏ ଥିବାରୁ ଆଖିକୁ ସୁସ୍ଥ ରଖେ । ଏଥିରେ ବିଟା-କ୍ୟାରୋଟିନ ଥାଏ । ଯାହା ଦୃଷ୍ଟି ଶକ୍ତିକୁ ଭଲ ରଖିଥାଏ । ବୟସ ବୃଦ୍ଧି ହେବା ସହିତ ଆଖିର ଦୃଶକ୍ତି ଶକ୍ତିକୁ ବଜାୟ ରଖିଥାଏ ।

    ସୁସ୍ଥ ତ୍ବଚା : ସପେଟା ଖାଇବା ଦ୍ବାରା ଆମ ଚର୍ମକୁ ସୁସ୍ଥ ରଖେ । ସପେଟାରେ ଆଣ୍ଟିଅକ୍ସିଡେଣ୍ଟର ମାତ୍ରା ଭରପୁର ହୋଇ ରହିଥାଏ । ଏହା ଖାଇବା ଫଳରେ ତ୍ବଚାକୁ ଉଜ୍ବଳ କରିବା ସହ ଚର୍ମକୁ ସୁସ୍ଥ ରଖିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34 ° C
    34 °
    34 °
    29 %
    3kmh
    2 %
    Sun
    36 °
    Mon
    43 °
    Tue
    44 °
    Wed
    44 °
    Thu
    44 °

    ସମ୍ବନ୍ଧିତ