ଖୋଲା ଆକାଶ ତଳେ ବିତୁଛି ଯାଯାବର ପରିବାରଙ୍କ ରାତି

ଖୋଲା ଆକାଶ ତଳେ ବିତୁଛି ଯାଯାବର ପରିବାରଙ୍କ ରାତି
ଖୋଲା ଆକାଶ ତଳେ ବିତୁଛି ଯାଯାବର ପରିବାରଙ୍କ ରାତି

 ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ବାସହୀନଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଆଶ୍ରୟ ସ୍ଥଳୀ ନିର୍ମାଣ କରାଯାଇଥିଲେ ମଧ୍ୟ ସଠିକ ପରିଚାଳନାର ଅଭାବରୁ ପ୍ରକୃତ ବାସହୀନ ଲୋକ ରାସ୍ତା କଡରେ ରାତ୍ରିଯାପନ କରୁଛନ୍ତି। ଏଭଳି କିଛି ଦୃଶ୍ୟ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ୬ ନମ୍ବର ୱାର୍ଡ ମୁଖ୍ୟ ରାସ୍ତା କଡରେ ଦେଖିବାକୁ ମିଳିଛି। ୬ ନମ୍ବର ପୌରାଞ୍ଚଳ ଅନ୍ତର୍ଗତ ମାଛ ମାଂସ ବଜାର ପଛ ପଟେ ଥିବା ଖୋଲା ସ୍ଥାନରେ ୨୧ ସଦସ୍ୟ ବିଶିଷ୍ଟ ୪ଟି ଯାଯାବର ପରିବାର ଗତ କିଛି ଦିନ ଧରି ରହୁଛନ୍ତି। ସେମାନେ ଦିନ ବେଳେ ଲୌହ ସାମଗ୍ରୀ ବିକ୍ରି କରି ସେଠାରେ ରହୁଥିବା ବେଳେ ରାତ୍ରିରେ ସେହି ସ୍ଥାନରେ ମହିଳା ଓ ଶିଶୁଙ୍କ ସହ ଖୋଲା ଆକାଶ ତଳେ ଏକ କମ୍ବଳ ଘୋଡାଇ ଶୋଉଥିବା ଦେଖିବାକୁ ମିଳିଛି।