Tuesday, December 9, 2025
19.8 C
Odisha

    ଖୋର୍ଦ୍ଧା-ବଲାଙ୍ଗୀର ଟ୍ରେନ୍‌ ଯାତ୍ରା ବେଳେ ପ୍ରାକୃତିକ ସୋନ୍ଦର୍ଯ୍ୟ ଉପଭୋଗ କରିବେ ଯାତ୍ରୀ

    ଆଗକୁ ପଢନ୍ତୁ

    ଦଶପଲ୍ଲା   :  ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ ଅଧୀନ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଜାମୁସାହି ଏବଂ କୁଲୁରୁକୁମ୍ପା ମଧ୍ୟରେ ଭାରତର ସର୍ବ ବୃହତ୍ ଦ୍ବିତୀୟ ଦୀର୍ଘତମ ଭାୟାଡକ୍ଟ ସେତୁ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ପୂର୍ବତଟ ରେଳପଥ ପକ୍ଷରୁ ଏହାକୁ ନିର୍ମାଣ କରାଯାଉଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରିତ ଶେଷ କରିବା ସହ ଖୋର୍ଦ୍ଧା ଓ ବଲାଙ୍ଗୀର ମଧ୍ୟରେ ରେଳ ସଂଯୋଗ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଆସାମର ବୋଲିବିଲ୍ ସେତୁ ପରେ ଏହା ଦେଶର ଦ୍ଵିତୀୟ ଦୀର୍ଘତମ ସେତୁ, ଯାହାକି ଦଶପଲ୍ଲା ବ୍ଲକ୍‌ର ସୀମା ମଧ୍ୟରେ ଏହି ସେତୁ ନିର୍ମାଣ ଚାଲିଛି।  ୩୦୧ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରେଳପଥ ମଧ୍ୟରେ ସେତୁର ଲମ୍ବ ୪.୭୭ କିମି ରହିଥିବା ବେଳେ ୧୮୨ଟି ସ୍ପାନ୍ ନିର୍ମାଣ ଚାଲିଛି। ଏହି ଖୁମ୍ବଗୁଡ଼ିକ ୮ ମିଟରରୁ ଆରମ୍ଭ କରି ସର୍ବାଧିକ ୨୬.୩ ମିଟର ପର୍ଯ୍ୟନ୍ତ ଭଚ୍ଚତା ରହୁଥିବା ବିଭାଗ ପକ୍ଷରୁ କୁହାଯାଇଛି। ପରିବେଶ ସନ୍ତୁଳନକୁ ରକ୍ଷା କରିବା ପାଇଁ ଜାମୁସାହି ଠାରୁ ଏହି ସେତୁ ନିର୍ମାଣ ଆରମ୍ଭ ହୋଇଥିବା ବେଳେ କୁଲୁରୁକୁମ୍ପା ପର୍ଯ୍ୟନ୍ତ ଲମ୍ବିଛି, ଯାହାକି ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ରୁ ୬୦ ପ୍ରତିଶତ ସ୍ଥାନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ସମସ୍ତ ସ୍ପାନ୍‌ର ନିର୍ମାଣ ତଥା ଏହି ଭାୟାଡକ୍ଟ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖା ଯାଇଛି। ଭାୟାଡକ୍ଟ ସେତୁ ତଳେ ବନ୍ୟପ୍ରାଣୀ ଚଳାଚଳ କରିବା ସହ ଏହାର ମଧ୍ୟରେ ବୃତଙ୍ଗ ପ୍ରକଳ୍ପ ରହିଥିବାରୁ ଏହାକୁ ଆଖି ଆଗରେ ରଖି  ନିର୍ମାଣ କରାଯାଉଛି।ଏହି ପ୍ରକଳ୍ପ ମଧ୍ୟରେ ଖୋର୍ଦ୍ଧାରୁ ଦଶପଲ୍ଲା ମଧ୍ୟରେ ୧୦୬ କିମି ଓ ବଲାଙ୍ଗୀରରୁ ପୁରୁଣାକଟକ ମଧ୍ୟରେ ୧୨୦ କିମି ପର୍ଯ୍ୟନ୍ତ ରେଳ ଚଳାଚଳ ସ୍ବାଭାବିକ ହୋଇପାରିଛି। ଅନ୍ୟପାର୍ଶ୍ବରେ ଦେଖିବାକୁ ଗଲେ ଏହି ୭୫ କିମି ରାସ୍ତା ମଧ୍ୟରେ ୭ଟି ଟନେଲ ରହିଛି ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ଲାଇନ୍‌ରେ ଭିଷ୍ଟାଡୋମ୍ ଟ୍ରେନ୍ ଚଳାଇବାକୁ ଯୋଜନ ରହିଛି। ଏହି ରେଳ ବ୍ରିଜ୍, ନୟାଗଡ ଜିଲ୍ଲାର କାମୁସାହିରୁ ଗୁରାହ ମଧ୍ୟର ଏବେ ନିର୍ମାଣ ଶେଷ  ପର୍ଯ୍ୟାୟ ପହଞ୍ଚିଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଏହି ବ୍ରିଜ୍ ବେଶ ଗୁରୁତ୍ୱ ବହନ କରୁଛି। ତେଣୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହାର କାମ ଯୁଦ୍ଧକାଳୀନଭିତ୍ତିରେ କରଯାଉଛି। ବର୍ତ୍ତମାନ ଏହି ବ୍ରିଜ୍ ମାଟିରୁ ୮୦ ଫୁଟ୍ ଉପରେ ନିର୍ମାଣ କରାଯାଉଛି ବୋଲି ଦାୟିତ୍ବରେ ଥିବା ଠିକା ସଂସ୍ଥା କର୍ମଚାରୀମାନେ କହିଛନ୍ତି। ଆସାମ ବୋଗିବିଲ୍‌ରେ ବ୍ରହ୍ମପୁତ୍ର ନଦୀଉପରେ ଦେଶର ଦୀର୍ଘତମ ରେଳ ବ୍ରିଜ୍ (୪.୯୪ କିଲୋମିଟର) ରହିଛି। ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ନୟାଗଡ଼ ଜିଲ୍ଲାରେ ବୃରଙ୍ଗ ନଦୀ ଉପରେ ବୃହତ୍ ଜଳଭଣ୍ଡାର ନିର୍ମାଣ ହେବ। ବିଶାଳ ବୁଡ଼ି ଅଞ୍ଚଳକୁ ଲକ୍ଷ୍ୟ କରିଏହି ବ୍ରିଜ୍ ନିର୍ମାଣ କରାଯାଉଛି। ଏହି ବ୍ରିଜ୍ ନିର୍ମାଣ ହେବାପରେ ପ୍ରକୃତିର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବାକୁ ଏହି ଲାଇନରେ ଭିଷ୍ଟାଡ୍ରୋମ୍‌ ଟ୍ରେନ୍ ଚଳାଇବାକୁ ଯୋଜନା ରହିଛି। ଯାତ୍ରୀମାନେ ଭିଷ୍ଟାଡ୍ରୋମ୍‌ ଟ୍ରେନ୍‌ରେ ବସି  ନଦୀ, ଜଙ୍ଗଲ ଓ ପାହାଡ଼ର ସୁନ୍ଦର ଦୃଶ୍ୟ ଉପଭୋଗ କରିପାରିବେ। ଏହି ରେଳ ବ୍ରିଜ୍‌ ନିର୍ମାଣ ପାଇଁ ୧୮୨ଟି ଖମ୍ବ ନିର୍ମାଣ କରାଯାଉଛି। ରେଳ ବିଭାଗ ପକ୍ଷରୁ କୁହାଯାଇଛି ଏହି ବ୍ରିଜ୍ ଉପରେ ଭିଷ୍ଟାଡ୍ରୋମ୍‌ ଟ୍ରେନ୍‌ ଚାଲିବ। ଯାତ୍ରୀମାନେ ଯାତ୍ରା ସମୟରେ ବାହାରର ମନୋରମ ଦୃଶ୍ୟ ଉପଭୋଗ କରିବେ। ଟ୍ରେନ୍‌ରେ ବଗିଗୁଡ଼ିକରେ ଅଧିକାଂଶ କାଚ ଲାଗିଥାଏ। ଫଳରେ ଯାତ୍ରାଙ୍କୁ ବାହାରର ଦୃଶ୍ୟ ଦେଖିବାରେ କୌଣସି ସମସ୍ୟା ହୋଇ ନଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.8 ° C
    19.8 °
    19.8 °
    35 %
    1.3kmh
    100 %
    Tue
    26 °
    Wed
    27 °
    Thu
    26 °
    Fri
    26 °
    Sat
    27 °

    ସମ୍ବନ୍ଧିତ