Friday, February 13, 2026
22.6 C
Odisha

    ଖୋଲିଲା ରାୟଗଡ଼଼ା ପ୍ଲାନେଟୋରିୟମ, ୨.୫ ଏକର ଜମିରେ ୧୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ

    ଆଗକୁ ପଢନ୍ତୁ

    ରାୟଗଡ଼଼ା : ରାୟଗଡ଼଼ା ନିକଟସ୍ଥ ଭାକୁରଗୁଡାରେ ପ୍ରତିଷ୍ଠା ହୋଇଥିବା ନାବାବଳୀ ପ୍ଲାନେଟୋରିୟମ କାର୍ଯ୍ୟକ୍ଷମ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାୟଗଡ଼଼ା ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦୀପକ କୁମାର ବେହେରା, ରାୟଗଡ଼଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

    ଏହି ପ୍ଲାନେଟୋରିୟମ ଦ୍ୱାରା ମହାକାଶର ଗ୍ରହ ନକ୍ଷତ୍ରର ଗତି ସମ୍ବନ୍ଧୀୟ ସମସ୍ତ ବିଷୟରେ ରାୟଗଡ଼଼ା ଜିଲ୍ଲା ସମେତ ପଡୋଶୀ ଜିଲ୍ଲାର ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିପାରିବେ। ଆଦିବାସୀ ବହୁଳ ରାୟଗଡ଼଼ା ଜିଲ୍ଲାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଗବେଷଣା ପ୍ରତି ଅଧିକରୁ ଅଧିକ ଆକର୍ଷିତ କରିବା ଉର୍ଦ୍ଦେଶ୍ୟରେ ଏହି ପ୍ଲାନେଟୋରିୟମ ସ୍ଥାପନ କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.6 ° C
    22.6 °
    22.6 °
    25 %
    1.9kmh
    8 %
    Fri
    24 °
    Sat
    33 °
    Sun
    34 °
    Mon
    34 °
    Tue
    34 °

    ସମ୍ବନ୍ଧିତ