Thursday, June 11, 2026
28.9 C
Odisha

    ଗଣତନ୍ତ୍ର ଧୀରେ ଧୀରେ ବୁଡ଼ିବାକୁ ଯାଉଛି: ଖଡ୍‌ଗେ

    ଆଗକୁ ପଢନ୍ତୁ

    ଅହମଦାବାଦ : ବିଜେପି ଜାଲିଆତି କରି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଜିତିଲା। ସଂସଦରେ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆଯାଉ ନାହିଁ। ବିଜେପିର ଏପରି ସବୁ କାର୍ଯ୍ୟ ସୂଚିତ କରୁଛି ​‌ଯେ ଦେଶର ଗଣତନ୍ତ୍ର ଧୀରେ ଧୀରେ ବୁଡିବାକୁ ଯାଉଛି। ବୁଧବାର ଆୟୋଜିତ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏପରି କହିଛନ୍ତି। ଖଡଗେ କହିଛନ୍ତି ଯେ କେନ୍ଦ୍ରର ମୋଦୀ ସରକାର ଦେଶର ସରକାରୀ ସମ୍ପତ୍ତିକୁ ତାଙ୍କର ସାଥୀ ପୁଞ୍ଜିପତିଙ୍କୁ ବିକ୍ରି କରିବାରେ ଲାଗିଛନ୍ତି। ସମଗ୍ର ବିଶ୍ବ ଏବେ ଇଭିଏମ୍‌ରୁ ବାଲାଟ ପେପର ମାଧ୍ୟମରେ ମତଦାନ ବ୍ୟବସ୍ଥା ଆପଣାଉଥିବାବେଳେ ଭାରତର ନିର୍ବାଚନ ଆୟୋଗ ଏହାକୁ ଗ୍ରହଣ କରୁନାହାନ୍ତି। ଦେଶର ଗଣତନ୍ତ୍ରକୁ ବଞ୍ଚାଇବାକୁ ହେଲେ ବାଲାଟ୍ ପେପରରେ ଭୋଟ ଗ୍ରହଣ ବ୍ୟବସ୍ଥା କରାଯିବା ଦରକାର। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୯୦ ପ୍ରତିଶତ ଆସନରେ ବିଜୟୀ ହୋଇଛି। ଏପରି ବିଜୟ ଦେଶର ଇତିହାସରେ କେବେ ଦେଖିବାକୁ ମିଳି ନାହିଁ। ଏହି ବିଜୟ ପଛରେ ବ୍ୟାପକ ଜାଲିଆତି ହୋଇଥିବା ଖଡଗେ କହିଛନ୍ତି। ଶାସକ ବିଜେପି ଏହାର ଗତ ୧୧ବର୍ଷର ଶାସନ କାଳରେ ସମ୍ବିଧାନ ଉପରେ ଆକ୍ରମଣ କରିଚାଲିଛି। ସାମ୍ବିଧାନିକ ପ୍ରତିଷ୍ଠାନ ଓ ସାମ୍ବିଧାନିକ ନୀତି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି। ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ କହିବାକୁ ବାଚସ୍ପତି ସୁଯୋଗ ଦେଉ ନାହାନ୍ତି। ଏହାଦ୍ବାରା ଲୋକଙ୍କ ସ୍ବର ସଂସଦରେ ଉପସ୍ଥାପନ ହୋଇପାରୁ ନାହିଁ। ସଂସଦରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଉ ନଥିବାବେଳେ ୱାକଫ୍ ବିଧେୟକ ଉପରେ ରାତି ଅଧିଆ ଆଲୋଚନା କରାଯାଇଥିଲା। ମଣିପୁର ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିଳମ୍ବିତ ରାତି ୪ଟାରେ ଆଲୋଚନା କରାଯାଇଥିଲା ବୋଲି ଖଡ୍‌ଗେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.9 ° C
    28.9 °
    28.9 °
    51 %
    1.5kmh
    62 %
    Thu
    42 °
    Fri
    41 °
    Sat
    42 °
    Sun
    42 °
    Mon
    41 °

    ସମ୍ବନ୍ଧିତ