Sunday, January 25, 2026
28.9 C
Odisha

    ଗଭୀର ଅବପାତର ରୂପ ନେଲା ଅବପାତ : ବଢିଲା ବେଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ। ପୂର୍ବରୁ ୪ କିମି ବେଗରେ ଗତି କରୁଥିବା ଅବପାତ ଏବେ ୭ କିମି ବେଗରେ ଆଗକୁ ବଢୁଛି। ଗଭୀର ଅବପାତ ପାରାଦୀପଠୁ ୬୯୦ ଓ ସାଗର ଦ୍ବୀପଠୁ ୭୪୦ କିମି ଦୂରରେ ଅଛି। ଆସନ୍ତାକାଲି ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡକୁ ଅଗ୍ରସର ହେବ। ଆଇଏମଡିର ଟ୍ରାକ୍ ଅନୁସାରେ ବାତ୍ୟା ପାରାଦୀପରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ। ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଅତି ଭୀଷଣ ରୂପ ନେଇ ବାତ୍ୟା ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିପାରେ। କିନ୍ତୁ ଅତିବେଶିରେ ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ।
    ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ୬୨୪୪ଟି ରିଲିଫ୍ ସେଣ୍ଟର ପ୍ରସ୍ତୁତ କରିବା ସହ ଆସନ୍ତା କାଲିଠାରୁ ଲୋକଙ୍କୁ ସ୍ଥାନାନ୍ତର କରିବେ ବୋଲି ଜଣାପଡିଛି। ୧୦ ଲକ୍ଷ ୨୦୦୦ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଉଛି। ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଉପରେ SRC ଗୁରୁତ୍ବ ଦେଇଛନ୍ତି। ପ୍ରଭାବିତ ହେବାକୁ ଥିବା ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଆଶ୍ରୟସ୍ଥଳୀରେ ପାନୀୟ ଜଳ ଯୋଗାଣ ନିର୍ଦ୍ଦେଶ ସହ ରିଲିଫ୍ ସେଣ୍ଟର ପାଇଁ ୩ ସ୍ଥାନୀୟ ଅଧିକାରୀଙ୍କୁ ନେଇ ଟିମ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    19 %
    2.2kmh
    0 %
    Sun
    30 °
    Mon
    31 °
    Tue
    32 °
    Wed
    33 °
    Thu
    33 °

    ସମ୍ବନ୍ଧିତ