ଗୁଲମାର୍ଗରେ ଭାରତୀୟ ସେନାର ଯୁଦ୍ଧାଭ୍ୟାସ

ଗୁଲମାର୍ଗରେ ଭାରତୀୟ ସେନାର ଯୁଦ୍ଧାଭ୍ୟାସ
ଗୁଲମାର୍ଗରେ ଭାରତୀୟ ସେନାର ଯୁଦ୍ଧାଭ୍ୟାସ

ସମୁଦ୍ର ପତ୍ତନଠାର ଅତ୍ୟୁଚ୍ଚ ସ୍ଥାନ (ହାଇ ଅଲଟିଚ୍ୟୁଡ୍)ରେ ଯୁଦ୍ଧ କଳାକୌଶଳ ହାସଲ କରିବାକୁ ଭାରତୀୟ ସ୍ଥଳସେନା ପକ୍ଷରୁ ବର୍ତ୍ତମାନ ଜମ୍ମୁ-କଶ୍ମୀରର ଗୁଲମାର୍ଗଠାରେ ଯବାନ ଓ ଅଫିସରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଗୁଲମାର୍ଗସ୍ଥିତ ହାଇ ଅଲଟିଚ୍ୟୁଡ୍ ୱାରଫେୟାର ସ୍କୁଲରେ ଏହି ପ୍ରଶିକ୍ଷଣ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଗୋଟିଏ ଦଳରେ ୨୦ରୁ ୩୦ ପର୍ଯ୍ୟନ୍ତ ଯବାନଙ୍କୁ ସାମିଲ କରାଯାଇଥିବାବେଳେ ସେମାନେ ତିନି ଫୁଟ ବହଳ ବରଫ ମଧ୍ୟରେ ଯୁଦ୍ଧାଭ୍ୟାସ ଚଳାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅର୍ଦ୍ଧସାମରିକବାହିନୀ ଓ କେତେକ ବିଦେଶୀ ରାଷ୍ଟ୍ରର ଯବାନଙ୍କୁ ମଧ୍ୟ ସାମିଲ କରାଯାଇଛି। ବରଫାଚ୍ଛନ୍ନ ଅଞ୍ଚଳରେ ଶତ୍ରୁପକ୍ଷର ମୁକାବିଲା ସାଙ୍ଗକୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ସମ୍ପାଦନରେ ଏହି ପ୍ରଶିକ୍ଷଣ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ୱାରଫେୟାର ସ୍କୁଲର ତାଲିମ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପଙ୍କର ହାମାଲ୍ୟାନ କହିଛନ୍ତି। ପ୍ରତିବର୍ଷ ଏହି ସାମରିକ ସ୍କୁଲରେ ୫୪୦ ଯବାନ ଓ ଅଧିକାରୀଙ୍କୁ ତାଲିମ ଦିଆଯାଇଥାଏ।