Thursday, June 4, 2026
39.9 C
Odisha

    ଗାଜାର କରୁଣ ଦୃଶ୍ୟ: ଭଙ୍ଗାଘର ତଳେ ମଣିଷ କଙ୍କାଳ

    ଆଗକୁ ପଢନ୍ତୁ

    ଗାଜା:  ଗାଜାରେ ଅସ୍ତ୍ରବିରତି ଘୋଷଣା ପରେ ଯୁଦ୍ଧ ବିରାମ ଘୋଷଣା ପରେ ଏସରାଏଲ ସେନା ପ୍ରତ୍ୟାହାର କରିଛି।  ୧୫ ମାସ ପରେ ଲୋକମାନେ ନିଜ ନିଜ ଘରକୁ ଫେରୁଛନ୍ତି।  ସେମାନେ ଇସ୍ରାଏଲର ଆକ୍ରମଣ ଯୋଗୁ  ସାମରିକ ଆଶ୍ରୟସ୍ଥଳରେ ରହିବାକୁ ବାଧ୍ୟ ହୋଇଥିଲେ। ଗାଜାବାସୀ ୧୫ ମାସ ପରେ ନିଜ ଭିଟାମାଟିକୁ  ଫେରି ଖୁସି, କିନ୍ତୁ ବିନାଶର ଦୃଶ୍ୟ ସେମାନଙ୍କୁ ମର୍ମାହତ କରିଛି। ସେମାନେ ଏବେ ଚାରିଆଡେ କେବଳ ଆବର୍ଜନା ଗଦା ଦେଖୁଛନ୍ତି।

    ଜାତିସଂଘ ମାନବିକ ବ୍ୟାପାର କାର୍ଯ୍ୟାଳୟର ରିପୋର୍ଟରେ କୁହାଯାଇଛି ଯେ, ଗାଜା ଅଞ୍ଚଳରେ ଯୁଦ୍ଧ ଯୋଗୁ  ୪,୩୬,୦୦୦ ରୁ ଅଧିକ କୋଠା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି।   ୨,୭୬,୦୦୦ରୁ ଅଧିକ  କୋଠା ନଷ୍ଟ ହୋଇଯାଇଛି। ଏହି ଯୁଦ୍ଧ ଯୋଗୁ ଗାଜାର ୯୦% ଲୋକ ବିସ୍ଥାପିତ ହୋଇଛନ୍ତି।

    ଅସ୍ତ୍ରବିରତି  ପରେ ରାଫାକୁ ଫେରିଥିବା ମହମ୍ମଦ ଅବୁ ବିଲାଲ ସିଏନଏନ ସହ କଥାବାର୍ତ୍ତା କରି କହିଛନ୍ତି ଯେ, ମୋର ଚାରିଟି ଘର ଥିଲା କିନ୍ତୁ ବର୍ତ୍ତମାନ ସବୁ ସବୁ ଭାଙ୍ଗିରୁଜି ମାଟିରେ ମିଶି ଯାଇଛି।   ବର୍ତ୍ତମାନ ମୁଁ କେଉଁଠାରେ ଅଛି, ମୋ ଘର କେଉଁଠାରେ ଅଛି ଏବଂ ମୋ ଜୀବନ କ’ଣ ବିଷୟରେ ମୁଁ କ’ଣ କହିବି ଚିନ୍ତା କରି ପାରୁନାହିଁ। ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ଯୁଦ୍ଧ ବନ୍ଦ ହେବା ମାତ୍ରେ ମୁଁ  ମୋ ଘର ସୁରକ୍ଷିତ କି ନାହିଁ ଦେଖିବାକୁ  ଆସିଲି। ସେଠାରେ ମୁଁ କେବଳ ଇଟା ଓ ପଥରର ଆବର୍ଜନା ପାଇଲି। ଘର ବିନା ଆମର ଆଗାମୀ  ଜୀବନ କିପରି କଟିବ ଆମେ ଚିନ୍ତା  କରି ପାରୁ ନାହୁଁ।  ବର୍ତ୍ତମାନ ଆମେ ରାସ୍ତାରେ ବାସ କରୁଛୁ।  ସାମରିକ  ତମ୍ବୁରେ ରହିବା ଆମ ପାଇଁ ଜରୁରୀ ହୋଇ ପଡ଼ିଛି।

    ଗାଜାରେ ସେମାନଙ୍କର ଘର ଦେଖିବା ପରେ ଲୋକଙ୍କ ମଧ୍ୟରେ ସବୁଠାରୁ ବଡ ଚିନ୍ତା ହେଉଛି ଏହି ବିନାଶ ମଧ୍ୟରେ ସେମାନେ କିପରି ବଞ୍ଚିବେ। ଉତ୍ତର ଗାଜାର ବିଟ୍ ଲାହିଆର ନାଦିଆ ଆବୁ ଖାଲୁବ କୁହନ୍ତି,  ବୋମା ବିସ୍ଫୋରଣ ଦ୍ୱାରା ସମଗ୍ର ଅଞ୍ଚଳ ନଷ୍ଟ ହୋଇଯାଇଛି।  ମୋ ପାଖରେ ମୋର ଘରର ଚାବି ଅଛି। ଯାହା ଯୁଦ୍ଧ ଆରମ୍ଭ ହେବା ପରେ ମୁଁ  ସମାରିକ ଆଶ୍ରୟସ୍ଥଳକୁ ପଳାଇଥିଲି। ବର୍ତ୍ତମାନ ମୁଁ ଫେରି ଆସିଛି, ମୋ ଘରେ ଆଉ  କିଛି ବାକି ନାହିଁ, ବର୍ତ୍ତମାନ କେବଳ ମୋ ପାଖରେ ମୋ ଘର ଚାବି ରହିଛି।

    ରାଫା ନିବାସୀ ଆବୁ ତାହା ଏପିଙ୍କୁ କହିଛନ୍ତି ଯେ,  ହଲିଉଡର ଏକ ଭୟଙ୍କର ଚଳଚ୍ଚିତ୍ରରେ ବିନାଶ ଦେଖିବା ପରି ଏହା ଲାଗୁଛି। ଆମେ ନିଜେ ଫିଲ୍ମରେ ଏହି ପ୍ରକାରର ବିନାଶ ଦେଖିଥିଲୁ, ଯାହାକୁ ଆମେ ଆଜି ଆମ ସହରରେ ଦେଖୁଛୁ।  ଘରଗୁଡିକ ଭୂମିରେ ଭାଙ୍ଗି ଯାଇଛି, ମାନବ ଖପୁରୀ, କଙ୍କାଳ ଏବଂ ହାଡଗୁଡିକ ଆବର୍ଜନା ତଳେ ପୋତି ହୋଇ ରହିଛି। ଏହି ସବୁ ଭୟାନକ ଦୃଶ୍ୟ ଦେଖି ଆମେ ଭୟରେ ଶିହିରି ଉଠୁଛୁ।

    ଗାଜା ସହରର  ୪୦ ବର୍ଷିୟ ଅହମ୍ମଦ ଅବୁ ଆୟାମ କହିଛନ୍ତି ଯେ, ଅସ୍ତ୍ରବିରତି ଖବର ନିଶ୍ଚିତ ଭଲ କିନ୍ତୁ କ୍ଷୟକ୍ଷତି ଏତେ ଅଧିକ ଯେ, ଆମ ପାଖରେ ଉତ୍ସବ ପାଳନ କରିବା ଭଳି ଆଉ  କିଛି ନାହିଁ। ଆମେ ବହୁତ ଗଭୀର ଯନ୍ତ୍ରଣା ଭୋଗୁଛୁ।  ଆମ ଛାତି ଭିତରେ କୋହ ରହିଛି। କେବଳ ପରସ୍ପରକୁ ଆଲିଙ୍ଗନ କରି କାନ୍ଦି ଏହାକୁ ଲାଘବ କରାଯାଇପାରିବ।  ଆମକୁ ଏକାଠି ଆଗକୁ ବଢ଼ିବାକୁ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.9 ° C
    39.9 °
    39.9 °
    24 %
    2.9kmh
    33 %
    Thu
    41 °
    Fri
    42 °
    Sat
    41 °
    Sun
    41 °
    Mon
    43 °

    ସମ୍ବନ୍ଧିତ