ଘନ କୁହୁଡ଼ି ଯୋଗୁଁ ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ଘନ କୁହୁଡ଼ି ଯୋଗୁଁ ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର
ଘନ କୁହୁଡ଼ି ଯୋଗୁଁ ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ ଭାରସାମ୍ୟ ହରାଇ ଏକ ଗ୍ୟାସ୍‌ ଟ୍ୟାଙ୍କର ଓଲଟି ପଡ଼ିଥିବା ଜଣାପଡ଼ିଛି। ବିଶାଖାପାଟଣାରୁ ଭୁବନେଶ୍ୱର ଆସୁଥିଲା ଏହି ଗ୍ୟାସ୍‌ ଟ୍ୟାଙ୍କର। ବ୍ରହ୍ମପୁରର ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ ହଠାତ୍‌ ଗ୍ୟାସ୍‌ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଓଲଟିପଡିଛି। ଘନ କୁହୁଡ଼ି ଲାଗି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ୟାଙ୍କରରେ ଗ୍ୟାସ ଥିବା ଜଣାପଡ଼ିଥିବା ବେଳେ ଗ୍ୟସ ଲିକ ହେଉନଥିବା ପୁଲିସ ସୂଚନା ଦେଇଛି। ଏଥିସହିତ ସତର୍କତା ଅବଲମ୍ବନ କରାଯାଇ ରାସ୍ତାର ଉଭୟ ପାଶ୍ୱର୍କୁ ବନ୍ଦ କରିଦିଆଯାଇଛି।