ଘରେ ପସି ୱାର୍ଡ ମେମ୍ବରଙ୍କୁ ହତ୍ୟା

ଘରେ ପସି ୱାର୍ଡ ମେମ୍ବରଙ୍କୁ ହତ୍ୟା
ଘରେ ପସି ୱାର୍ଡ ମେମ୍ବରଙ୍କୁ ହତ୍ୟା

ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଘାର୍ଷାପାଲ୍ଲୀ ଗ୍ରାମର ୱାର୍ଡ ର୍ମେମ୍ବରଙ୍କୁ ଘରେ ପସି କେହି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି। ୱାର୍ଡମେମ୍ବର ବାଡ଼ଛି ଚିନା ୧୦ ବର୍ଷହେଲା ଗ୍ରାମର ୱାର୍ଡମେମ୍ବର ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ଏହାବ୍ୟତୀତ ଗ୍ରାମ ମୁଖିଆ ଭାବେ ମଧ୍ୟ କାର୍ଯ୍ୟକରି ସମସ୍ତଙ୍କ ପ୍ରିୟଭାଜନ ହୋଇଥିଲେ । କିନ୍ତୁ ଗତକାଲି ରାତିରେ ଘରେ ଶୋଇଥିବାବେଳେ କେହି ତାଙ୍କୁ କାହିଁକି ହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ମୋଟୁ ପୁଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।