ଚଳଚଞ୍ଚଳ ରଥଖଳା, ଅଖ-ଚକ ସଂଯୋଗ ପାଇଁ ଚାଲିଛି ପ୍ରସ୍ତୁତି

ଚଳଚଞ୍ଚଳ ରଥଖଳା, ଅଖ-ଚକ ସଂଯୋଗ ପାଇଁ ଚାଲିଛି ପ୍ରସ୍ତୁତି
ଚଳଚଞ୍ଚଳ ରଥଖଳା, ଅଖ-ଚକ ସଂଯୋଗ ପାଇଁ ଚାଲିଛି ପ୍ରସ୍ତୁତି

ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଯୋରସୋରରେ ଚାଲିଛି। ରଥର ନାହାକା ଚକ ପ୍ରସ୍ତୁତ ହୋଇଛି। ବିଶ୍ୱକର୍ମାମାନେ ପନ୍ଦାରୀ ଓ ବଳା ଅନୁକୂଳ କରି ଚକରେ ଲଗାଇଛନ୍ତି। ଏଥିସହ ପଇରେ ବିନ୍ଧ କାମ ଚାଲିଛି। ମହାପ୍ରଭୁଙ୍କ ଭଉଁରୀ ଉତ୍ସବକୁ ଦୃଷ୍ଟି ଦେଇ କାମ ଆଗଉଛି । ଏହି ପବିତ୍ର ତିଥି ରଥର ଚକ ଓ ଅଖ ସଂଯୁକ୍ତ ହେବ ।

ତେଣୁ ଭୋଇସେବକ ବିଲେଇବାଡ଼ିଆ ପଦ୍ଧତିରେ ଅର ଓ ପଇକୁ ସଂଯୋଗ କରୁଛନ୍ତି। ଯନ୍ତା ପଟାରେ ତୁମ୍ବ ସହ ଅର ସଂଯୋଗ ବା ସିଙ୍ଗଡ଼ା ବାଡ଼ିଆ ହୋଇ ପଇକୁ ବିନ୍ଧ ପରେ ଖୁସିଅର ଲାଗୁଛି। ପରେ କଳସା କରାଯାଇ ପଇକୁ ବାନ୍ଧେଣୀ କରି ଚକ ପ୍ରସ୍ତୁତ ହେଉଛି। ରଥଖଳାରେ ଚିରଟ ହୋଇ ଜଳଯନ୍ତ୍ର ଓ ଗୁଜ କାଠ ପହଂଚିଛି। ଗୁଜ ହେଉଛି ରଥର ସୁରକ୍ଷା କବଚ। ରଥନିର୍ମାଣରେ ସମୁଦାୟ ୧୬୬ ଜଣ ସେବକ ଲାଗିଛନ୍ତି।