Saturday, July 27, 2024
24.6 C
Odisha

    ଚଳିତ ବର୍ଷ ‘ଅଟଳ ସମ୍ମାନ-୨୦୨୩’ରେ ସମ୍ମାନୀତ ହେବେ ବରିଷ୍ଠ ରାଜନେତା ଶ୍ରୀଯୁକ୍ତ କ୍ଷୀରୋଦ ପ୍ରସାଦ ସ୍ୱାଇଁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର ତା ୨୨/୧୨: ୧୯୨୪ ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଜନ୍ମ ଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ସେଥିଲାଗି ପ୍ରତିବର୍ଷ ସାରା ଭାରତରେ ଡିସେମ୍ବର ୨୫ତାରିଖକୁୁ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି । ଏହି ଅବସରରେ ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜନ୍ମ ଦିବସ ପାଳନ ସହ ୮ମ ତମ “ଅଟଳ ସମ୍ମାନ – ୨୦୨୩” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସାଂସ୍କୃତିକ ପ୍ରକୋଷ୍ଠର ଅଧ୍ୟକ୍ଷ ଗୀତିକାର ପଂଚାନନ ନାୟକ ସୂଚନା ଦେଇଛନ୍ତି ।

    ବରିଷ୍ଠ ଶଲ୍ୟ ଚିକିତ୍ସକ ଓ ସମାଜସେବୀ ଡ.ବିଶ୍ୱନାଥ ପଟ୍ଟନାୟକଙ୍କୁ “ଅଟଳ ସେବା ସମ୍ମାନ -୨୦୨୩” ସମ୍ମାନରେ ସମ୍ମାନୀତ କରାଯିବ । ବରିଷ୍ଠ ଅଧ୍ୟାପିକା, କବୟତ୍ରୀ ଏବଂ ଅନୁବାଦିକା ଡ.ସ୍ମରପ୍ରିୟା ମିଶ୍ରଙ୍କୁ “ଅଟଳ କବିତା ସମ୍ମାନ -୨୦୨୩” ରେ ପ୍ରଦାନ କରାଯିବା ସହ ବରିଷ୍ଠ ରାଜନେତା, ସମାଜସେବୀ ଏବଂ ପୂର୍ବତନ ଜିଲ୍ଲା ସଭାପତି, ଭାରତୀୟ ଜନସଂଘ କେନ୍ଦୁଝର ଜିଲ୍ଲାର ଶ୍ରୀଯୁକ୍ତ କ୍ଷୀରୋଦ ପ୍ରସାଦ ସ୍ୱାଇଁଙ୍କୁ ମଧ୍ୟ “ଅଟଳ ସମ୍ମାନ-୨୦୨୩”ରେ ସମ୍ମାନୀତ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି ।
    ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃବୃନ୍ଦ ଯୋଗ ଦେବେ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଏହି ଅବସରରେ ଓଡ଼ିଶା ସାଂସ୍କୃତିକ ପ୍ରକୋଷ୍ଠର ସହସଂଯୋଜକ ସଞ୍ଜିବ୍ ମିଶ୍ର ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ