Sunday, January 18, 2026
30.1 C
Odisha

    ଚାନ୍ଦିନୀଚୌକ ରୟାଲ ଗାର୍ଡେନ ନିକଟରେ ଦୁଇଗୋଷ୍ଠୀ ଗଣ୍ଡଗୋଳ

    ଆଗକୁ ପଢନ୍ତୁ

    କଟକ କାଳି ଭଷାଣୀ ରେ ଦୁଇଗୋଷ୍ଠୀ ମୁଁହାମୁହିଁ। ଚାନ୍ଦିନୀଚୌକ ରୟାଲ ଗାର୍ଡେନ ନିକଟରେ ଦୁଇଗୋଷ୍ଠୀ ଗଣ୍ଡଗୋଳ ହେବାସହ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ଢେଲାପଥର ସହ କାଚ ବୋତଲ ମାଡ ହୋଇଛି । ଏଥିରେ ୫ ରୁ ୬ ଜଣ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବାବେଳେ ଲାଲବାଗ ଥାନା ପୋଲିସ ପହଁଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ପୋଲିସ ର ସୁଚନା ଅନୁଯାୟୀ ମହମ୍ମଦିୟା ବଜାର ଅଞ୍ଚଳର କିଛି ଯୁବକ ମେଢ ବିସର୍ଜନ କରି ଫେରୁଥିବା ସମୟରେ ଚାନ୍ଦିନୀଚୌକ ହସିନାବାଗ ଅଞ୍ଚଳର କିଛି ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଢେଲାପଥର ମାଡ଼ ସହ କାଚ ବୋତଲ ଫିଙ୍ଗିଥିଲେ । ଗଣ୍ଡଗୋଳକାରୀ ମାନେ ଗୋଟିଏ ଦୋକାନ ଭାଙ୍ଗିବା ସହ ୩ ଟି‌ ବାଇକ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ତେବେ ଗଣ୍ଡଗୋଳ ର ପ୍ରକୃତ‌ କାରଣ ଜଣାପଡ଼ିନଥିବାବେଳେ  ଲାଲବାଗ ଥାନା ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଛାନବିନ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    12 %
    2.7kmh
    0 %
    Sun
    27 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ