Monday, July 21, 2025
25.1 C
Odisha

    ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତରେ ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମୁମ୍ବାଇ ଗସ୍ତରେ ନବୀନ ପଟ୍ଟନାୟକ। ସର୍ଭାଇକାଲ ଆଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ବାଇ ଯାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୨୨ତାରିଖରେ ମୁମ୍ବାଇ କୋକିଳାବେନ ଧୀରୁ ଭାଇ ଅମ୍ବାନୀ ହସପିଟାଲରେ ହେବ ଅସ୍ତ୍ରୋପଚାର ଚିକିତ୍ସା । ଏଥିପାଇଁ ମୁମ୍ବାଇରେ ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା । ନବୀନଙ୍କ ପାଇଁ ଚାରିଆଡ଼ୁ ଛୁଟିଛି ଆଶୁ ଆରୋଗ୍ୟ କାମନା । ନବୀନ ନିବାସରେ ମହିଳା ନେତ୍ରୀ ମାନେ କଳସ ବସାଇ, ଶଙ୍ଖ ହୁଳହୁଳି ପକାଇ ଶୁଭ ମନାସିଛନ୍ତି । ସେହିପରି ବିମାନବନ୍ଦରରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତ ରହି ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏୟାରପୋର୍ଟରେ ବିଜେଡି ନେତା ଓ କର୍ମୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ହଜାର ହଜାର ଜନତା ଉପସ୍ଥିତ ରହି ଆଶୁ ଆରୋଗ୍ୟ କାମନା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    91 %
    1.3kmh
    100 %
    Sun
    25 °
    Mon
    32 °
    Tue
    33 °
    Wed
    32 °
    Thu
    28 °

    ସମ୍ବନ୍ଧିତ