Friday, December 5, 2025
25.3 C
Odisha

    ଚିଲିକାରେ ଗଡ଼ିଲା ଶୀତତାପ ନିୟନ୍ତ୍ରିତ କ୍ରୁଜ

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା : ପର୍ଯ୍ୟଟକଙ୍କ ବୁଲିବା ପାଇଁ ଚିଲିକାରେ ଲେକ୍ କୁଇନ ଏବଂ ଡାଇମଣ୍ଡ ପ୍ରିନ୍ସସେସ୍ ନାମକ ୨ଟି ଶୀତତାପ ନିୟନ୍ତ୍ରିତ କ୍ରୁଜ୍ ବୋଟର ଶୁଭ ଉଦଘାଟନ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାର ବଡ଼କୁଳ ପାନ୍ଥନିବାସ ଠାରେ OTDC ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏହି କ୍ରୁଜର ଉଦଘାଟନ ଉତ୍ସବରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇ ଉଦଘାଟନ କରିଛନ୍ତି।ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ବଡକୂଳ ପାନ୍ଥନିବାସରେ ପର୍ଯ୍ୟଟନ ଭିଭାଗ ଓଟିଡିସି ପକ୍ଷରୁ ଚିଲିକାରେ ଲେକ କୁଇନ୍ ଓ ଡାଇମଣ୍ଡ ପ୍ରିନ୍‌ସେସ୍ ନାମକ ଦୁଇଟି ବିଳାସପୂର୍ଣ କ୍ରୁଜ୍ ବୋଟ ଚିଲିକାରେ ଚାଲିଲା। ୪୦ ସିଟ୍ ବିଶିଷ୍ଟ ଏହି ବିଳାସପୂର୍ଣ କ୍ରୁଜରେ ପର୍ଯ୍ୟଟକଙ୍କ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଏଥିରେ ବାତାନୁକୂଳିତ କ୍ୟାବିନ ଠାରୁ ଆରମ୍ଭ କରି ଅନ୍- ବୋର୍ଡ ଫୁଡ୍ ସର୍ଭିସ ଭଳି ସୁବିଧା ରଖାଯାଇଛି। ବଡକୂଳ ପାନ୍ଥନିବାସରୁ କାଳିଜାଇ ଯିବା ପାଇଁ ୫୦୦ ଟଙ୍କା ଓ ୩୫୦ ଟଙ୍କା ଦର ଧାର୍ଯ୍ୟ କରାଯାଇଛି। କ୍ରୁଜ୍ ରେ ଯାତ୍ରା କରିବା ସମୟରେ ପର୍ଯ୍ୟଟକମାନେ ମା’ କାଳିଜାଈ ମନ୍ଦିର, ନଳବଣ ପକ୍ଷୀ ଅଭୟାରଣ୍ୟ ସହିତ ଚିଲିକାର ମନୋରମ ଦୃଶ୍ୟକୁ କିପରି ଉପଭୋଗ କରିପାରିବେ ସେଥିପ୍ରତି ସମସ୍ତ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକ ବୃଦ୍ଧି ପାଇଲେ ବାଲୁଗାଁ ଅଞ୍ଚଳରେ ଆର୍ଥିକ ସ୍ଥିତି ବୃଦ୍ଧି ପାଇବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏପଟେ ଏଠାକୁ କିଭଳି ଅଧିକ ପର୍ଯ୍ୟଟକ ଆସିବେ ସେ ଦିଗରେ ଯୋଜନା କରାଯାଉଛି ଆଉ ପାନ୍ଥନିବାସର ଉନ୍ନତିକରଣ ଉପରେ ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

    ଚିଲିକାର ଜଳ ରାଶିରେ ଏହି ବୋଟରେ କିଛି ବାଟ ଭ୍ରମଣକରି ମଜା ନେଇଥିଲେ ଅତିଥି ମାନେ। ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଓ ଚିଲିକାର ଜଳରାଶିରେ ଭ୍ରମଣ ଉପଭୋଗ କରିବାପାଇଁ ସରକାରଙ୍କ ତରଫରୁ ଏଭଳି ବ୍ୟବସ୍ଥା କରାଯାଇଛି। ବିଶ୍ବସ୍ତରରେ ପର୍ଯ୍ୟଟନର ଚାହିଦା ବୃଦ୍ଧି ପାଉଥିବାବେଳେ ଓଡିଶାରେ ଏହି ସ୍ଥାନର ଚାହିଦା ଯଥେଷ୍ଟ ରହିଛି। ତେଣୁ ଏଠାକାର ସୁବିଧା ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.3 ° C
    25.3 °
    25.3 °
    31 %
    2.1kmh
    75 %
    Fri
    26 °
    Sat
    26 °
    Sun
    26 °
    Mon
    27 °
    Tue
    26 °

    ସମ୍ବନ୍ଧିତ