Friday, December 5, 2025
25.9 C
Odisha

    ଛଅ ରଥ ସାତ ଖଳା ବିଷୟରେ ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ପୁରୀ : ବଡ଼ଦାଣ୍ଡର ରୂପରେଖ ବଦଳିବା ସହିତ, ବିସ୍ମୃତି ଭିତରେ ହଜିଯାଇଛି ତାହାର ‘ସାତ ଖଳା’। ତାହାର ପ୍ରାଚୀନ ସ୍ୱରୂପ ସଂପର୍କରେ ଲେଖିଥିବା ଗୋଟିଏ ଲେଖାରେ ପଣ୍ଡିତ ସଦାଶିବ ରଥଶର୍ମା ସେହି ‘ସାତଖଳା’ର ବର୍ଣ୍ଣନା କରିଛନ୍ତି। ତାହା ଥିଲା ବଡ଼ଦାଣ୍ଡର ସାତଟି ପ୍ରଭାଗ। ତାହାର ଥିଲା ଦୁଇଟିଭାଗ। ପ୍ରଥମ ଭାଗ- ମଝିରେ ବହୁଥିବା ମାଳିନୀ ନଦୀର ଶ୍ରୀମନ୍ଦିର ପଟ ଏବଂ ଦ୍ୱିତୀୟ ଭାଗ- ମାଳିନୀ ନଦୀର ଶ୍ରୀଗୁଣ୍ଡିଚା ମନ୍ଦିର ପଟ। ଶ୍ରୀମନ୍ଦିର ପଟ ଭାଗରେ ଥିଲା ଚାରିଟି ଖଳା। ତାହା ହେଉଛି- ବିଜେଖଳା, ମହାଖଳା, ଲୀଳାଖଳା ଓ ସେବାଖଳା। ‘ବିଜେଖଳା’ ହେଉଛି- ରଥଯାତ୍ରାର ପହଣ୍ଡିସ୍ଥଳ। ‘ମହାଖଳା’ରେ ତିନି ରଥର ନିର୍ମାଣ ସହିତ ରଥନିର୍ମାଣର କମାରଶାଳ, କରତିଶାଳ ଓ ଜଉଶାଳ ଥିଲା। ଆଜି ବି ସେଠାରେ ରଥ ନିର୍ମାଣ ହେଉଛି ଏବଂ ତାହା ରଥଖଳା ରୂପେ ପରିଚିତ ହେଉଛି। ‘ଲୀଳାଖଳା’ର ପରିସର ମରିଚିକୋଟଠାରୁ (ମାର୍କେଟଛକ) ଓ ନରେନ୍ଦ୍ର କୋଣ। ସେହି ଅଞ୍ଚଳରେ ଶ୍ରୀଜଗନ୍ନାଥଙ୍କର ବହୁ ଲୀଳା ଅଭିନୀତ ହୋଇଥାଏ। ତା’ ପରଠାରୁ ବଡ଼ଦ୍ୱାର ଓ ବଳଗଣ୍ଡି ପର୍ଯ୍ୟନ୍ତ ଥିଲା ‘ସେବାଖଳା’। ମାଜଣା ଜାଗା ଓ ମାଉସୀ ମା’ ମନ୍ଦିର ଆଦି ତାହାର ଅନ୍ତର୍ଭୁକ୍ତ।ସେତେବେଳେ ମାଳିନୀ ନଦୀର ଉତ୍ତରତଟରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଥିଲା ବାକି ତିନିଟି ଖଳା। ତାହା ହେଉଛି- ପାଟଣା, କାନ୍ତାର ଓ ଶରଧାବାଲି। ‘ପାଟଣା’ ଇନ୍ଦ୍ରଦ୍ୟୁମ୍ନ ପାଟଣାର ସଂକ୍ଷିପ୍ତ ନାମ। ସେଠାରେ ଛଅରଥର ବାକି ତିନିଟି ରଥ ନିର୍ମାଣ ହେଉଥିଲା। ‘କାନ୍ତାର’ ବଡ଼ଶଙ୍ଖ ପରର ନିର୍ଜନ ଅଞ୍ଚଳ। ସେଥିପାଇଁ ତାହାର ନାମ କାନ୍ତାର ହୋଇଥିଲା। ତାହା ପରେ ଥିଲା ‘ଶରଧାବାଲି’- ଯାହା ବଡ଼ଦାଣ୍ଡର ଅନ୍ତିମ ଭାଗ। ଆଜି କିନ୍ତୁ ସମୟର ସ୍ରୋତରେ ଏ ସାତଖଳା ହଜିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.9 ° C
    25.9 °
    25.9 °
    27 %
    2.2kmh
    61 %
    Fri
    26 °
    Sat
    26 °
    Sun
    26 °
    Mon
    27 °
    Tue
    26 °

    ସମ୍ବନ୍ଧିତ