Tuesday, February 17, 2026
22.8 C
Odisha

    ଛପା ଚାଲିଛି ଆୟୁଷ୍ମାନ ଭାରତ କାର୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ଚଳିତମାସରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେବା ଲୋକମାନଙ୍କୁ ଦିଆଯିବାକୁ ଥିବା କାର୍ଡ ଏବେ ଛପା ଚାଲିଛି। ଆୟୁଷ୍ମାନ ଭାରତ ସହ ଆଇଟି ସଂଯୋଗ ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଗତମାସ ୧୩ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଥିଲା। ଏହି ଯୋଜନାରେ ରାଜ୍ୟର ୧.୩ କୋଟି ପରିବାରର ସାଢ଼େ ୩କୋଟି ଲୋକ ଏହାର ସୁବିଧା ପାଇବେ ।

    ରାଜ୍ୟ ସରକାରଙ୍କ ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ସହ ଆୟୁଷ୍ମାନ ଭାରତର ମିଶ୍ରଣ ହେବା ସହ ଗୋଟିଏ କାର୍ଡ ମିଳିବ। ୧.୩ କୋଟି ପରିବାର ମଧ୍ୟରୁ ୬୭ଲକ୍ଷ ରାଜ୍ୟ ନିଜସ୍ବ ପାଣ୍ଠିରୁ ଓ ୩୩ଲକ୍ଷ ପରିବାରଙ୍କୁ ବୀମା ଟଙ୍କା କେନ୍ଦ୍ର ସରକାର ବହନ କରିବେ ।ଏଥିରେ ଦେଶର ୩୦ହଜାର ଡାକ୍ତରଖାନାରେ ରୋଗୀ ଚିକିତ୍ସା ସୁବିଧା ପାଇବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    21 %
    1.6kmh
    0 %
    Tue
    25 °
    Wed
    33 °
    Thu
    34 °
    Fri
    36 °
    Sat
    37 °

    ସମ୍ବନ୍ଧିତ