Sunday, April 20, 2025
34 C
Odisha

    ଜଙ୍ଗଲରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

    ଆଗକୁ ପଢନ୍ତୁ

    ମାଲକାନଗିରି : ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି । କେହି ଦୁର୍ବୃତ୍ତ ଦୁଷ୍କର୍ମ ପରେ ହତ୍ୟା କରି ଯୁବତୀଜଣଙ୍କୁ ଜଙ୍ଗଲ ମଧ୍ୟରେ ଫିଙ୍ଗି ଚାଲିଯାଇଥିବା ସନ୍ଦେହ କରାଯାଉଛି । କିଛି ଲୋକ ଜଙ୍ଗଲକୁ ଯାଇଥିବା ସମୟରେ ଯୁବତୀଙ୍କ କଙ୍କାଳ ପଡିଥିବା ଦେଖିଥିଲେ। ପରେ ମାଲକାନଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

    ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ପ୍ରାୟ ୧ ମାସରୁ ଉର୍ଦ୍ଧ୍ବ ସମୟ ଧରି ମୃତଦେହ ଜଙ୍ଗଲରେ ପଡିଥିବା ସନ୍ଦେହ କରାଯାଉଛି । କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବାପରେ ତଦନ୍ତ ପ୍ରକ୍ରିୟା ଜୋରଦାର କରାଯିବ। ମାଲକାନଗିରିରୁ ଛତିଶଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିକଟବର୍ତ୍ତୀ ଜଙ୍ଗଲରେ ଯୁବତୀଙ୍କ ଶବଟି ଦେଖିବାକୁ ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ ଯୁବତୀ ଜଣକ କିଏ ଏପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34 ° C
    34 °
    34 °
    29 %
    3kmh
    2 %
    Sun
    36 °
    Mon
    43 °
    Tue
    44 °
    Wed
    44 °
    Thu
    44 °

    ସମ୍ବନ୍ଧିତ