ଜୀବନବିନ୍ଦୁ କାର୍ଯ୍ୟକ୍ରମ : ୩୬ ୟୁନିଟ୍ ରକ୍ତ ସଂଗ୍ରହ

ଜୀବନବିନ୍ଦୁ କାର୍ଯ୍ୟକ୍ରମ : ୩୬ ୟୁନିଟ୍ ରକ୍ତ ସଂଗ୍ରହ
ଜୀବନବିନ୍ଦୁ କାର୍ଯ୍ୟକ୍ରମ : ୩୬ ୟୁନିଟ୍ ରକ୍ତ ସଂଗ୍ରହ

ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ନଗର ଭବନଠାରେ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମୋ ଓଡିଶା ପରିବାର ଜୀବନ ବିନ୍ଦୁ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମିଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଦଳୀୟ କର୍ମୀ ଓ ମାଆ ଘର ସଦସ୍ୟାମାନେ ରକ୍ତଦାନ କରିଥି ଲେ। ଏଥିରେ ମୋଟ ୩୬ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଗୁ ପଢିଆରି, ମନୋଜ ବାରିକ, ବାର୍ ଆସୋସିଏସନ ସମ୍ପାଦକ ଲମ୍ବୋଦର ତୁରୁକ, ମାଆ ଘର ଅଧ୍ୟକ୍ଷା ପ୍ରଶାନ୍ତି ଲତା ବିଶୋଇ, ବିଜୁଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକଙ୍କ ସହ ୫୦ରୁ ଊର୍ଦ୍ଧ ଦଳୀୟ କର୍ମୀ ଉପସ୍ଥିତ ଥିଲେ।