ଜାମ୍ମୁ-କାଶ୍ମୀର: ବଡ଼ଗାମରେ ୩ ଆତଙ୍କବାଦୀ ଗିରଫ, ବିସ୍ଫୋରକ ସାମଗ୍ରୀ ଜବତ
ଜାମ୍ମୁ -କାଶ୍ମୀର: ଜାମ୍ମୁ-କାଶ୍ମୀରର ବଡ଼ଗାମରେ ରବିବାର ୩ ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଗିରଫ ଆତଙ୍କବାଦୀମାନେ ଲସ୍କର-ଏ-ତୋଏବା ସଂଗଠନର ସଦସ୍ୟ ବୋଲି ପୁଲିସ ଜାଣିବାକୁ ପାଇଛି। ସେମାନେ ହେଲେ ମହମ୍ମଦ ୟୁସୁଫ ଡର, ଅବଦୁଲ ମଜୀସ ମିର ଓ ରିଆଜ ଅହମ୍ମଦ ବାସମତୀ। ବଡ଼ଗାମ ପୁଲିସ, ରାଷ୍ଟ୍ରୀୟ ରାଇଫଲ୍ସ ଓ ସିଆରପିଏଫ ଯବାନଙ୍କ ମିଳିତ ଚଢ଼ଉରେ ଏହି ୩ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଗିରଫ ସମୟରେ ଯବାନ ଓ ପୁଲିସମାନେ ୨ଟି ହାତବୋମା, ଏକେ-୪୭ ପାଇଁ ବ୍ୟବହୃତ ହେବାକୁ ଥିବା ୨୫ ରାଉଣ୍ଡ ଗୁଳି ଓ ମୋବାଇଲ ଫୋନ ଜବତ କରାଯାଇଛି। ଏମାନେ ବଡ଼ଗାମ ଓ ଶ୍ରୀନଗର ଜିଲ୍ଲାରେ ନବନିର୍ବାଚିତ ଜିଲ୍ଲା ଉନ୍ନୟନ ପରିଷଦର ସଦସ୍ୟଙ୍କୁ ଟାର୍ଗେଟ କରୁଥିଲେ ବୋଲି ଜାତୀୟ ଗଣମାଧ୍ୟମକୁ ପୁଲିସ କହିଛି। ପାକିସ୍ତାନରୁ ପରିଚାଳିତ ହେଉଥିବା ଆତଙ୍କବାଦୀଙ୍କ ସଂଗଠନର ଅନ୍ୟ ସଦସ୍ୟ ଶେଖ, ଉସମାନ, ତାରିକ, ହଫଦୁଲ୍ଲାଙ୍କ ସହ ଏମାନଙ୍କ ଲିଙ୍କ ଥିବା ଜଣାପଡ଼ିଛି।
Comments (0)