ଜାମ୍ମୁ-କାଶ୍ମୀର: ସାଇବର ଠକେଇ ଅଭିଯୋଗରେ ୨୩ ଗିରଫ୍

ଜାମ୍ମୁ-କାଶ୍ମୀର: ସାଇବର ଠକେଇ ଅଭିଯୋଗରେ ୨୩ ଗିରଫ୍
ଜାମ୍ମୁ-କାଶ୍ମୀର: ସାଇବର ଠକେଇ ଅଭିଯୋଗରେ ୨୩ ଗିରଫ୍

ନୂଆଦିଲ୍ଲୀ, ସାଇବର ଠକେଇ ଅଭିଯୋଗରେ ଜାମ୍ମୁ-କାଶ୍ମୀର ପୁଲିସକୁ ବଡ଼ ସଫଳତା ମିଳିଛି। ଶ୍ରୀନଗରର ଭିନ୍ନ ଭିନ୍ନ କଲ ସେଣ୍ଟରରେ ଚଢ଼ଉ କରି ୨୩ ଜଣଙ୍କୁ ଗିରଫ କରିଛି ପୁଲିସ

ପୁଲିସ ସୂଚନା ଅନୁସାରେ, ସାଇବର ଠକେଇ ନେଇ କାଶ୍ମୀର ଜୋନ ସାଇବର ପୁଲିସ ଷ୍ଟେସନ ତରଫରୁ ଏଫଆଇଆର ରୁଜୁ ହୋଇଥିଲା। ଭାରତୀୟ ଦଣ୍ଡବିଧି ସଂହିତା ଧାରା ୬୬, ୬୬-ବି, ୬୬-ସି, ୪୧୯, ୪୨୦ରେ ମାମଲା ରଜୁ ହେବା ପରେ ଚଢ଼ଉ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ଏନେଇ କାଶ୍ମୀର ପୁଲିସ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି।