ଜିଲ୍ଲାରେ ପ୍ରଥମ ତୁଷାରପାତ: ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ

ଜିଲ୍ଲାରେ ପ୍ରଥମ ତୁଷାରପାତ: ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ
ଜିଲ୍ଲାରେ ପ୍ରଥମ ତୁଷାରପାତ: ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ

ଫୁଲବାଣୀ, କନ୍ଧମାଳକୁ ପୁଣି ଲେଟିଛି ଶୀତ। ଗତ କିଛିଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲ୍ ସିୟସ୍ ରହିଥିଲା। ଦାରିଙ୍ଗବାଡ଼ିରେ ୯ ଡ଼ିଗ୍ରୀ ସେଲ୍ ସିୟସ୍  ଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ । ଅପରାହ୍ନ ପରେ ପରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ବିଳମ୍ବିତ ରାତିରେ ସମଗ୍ର ଜିଲ୍ଲାରେ କୁହୁଡ଼ିର ଆବରଣ ଯୋଗୁଁ ଯାନ ବାହାନ ଚଳାଚଳରେ ନାହିଁ ନଥିବା ବାଘ୍ୟାତ ଉପୁଜିଛି। ସେହିଭଳି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜି ପ୍ରଥମଥର ପାଇଁ ତୁଷାରପାତ ହୋଇଥିଲା।