ଜଳିଗଲା ବସ 

ଜଳିଗଲା ବସ 
ଜଳିଗଲା ବସ 

ଜଳିଗଲା ବସ, ଅଳ୍ପକେ ବର୍ତିଲେ ଯାତ୍ରୀ।  କନ୍ଧମାଳ ଜିଲ୍ଲା ଜାତୀୟ ରାଜପଥ ଏ ଚ ୫୯ରେ ଏକ ବସରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି | ଏଭଳି ଘଟଣା ବାଲିଗୁଡ଼ା ଥାନା ଅନ୍ତର୍ଗତ ଦାରିଙ୍ଗବାଡି ଛକ ଠାରେ ଠାରେ ଦେଖିବାକୁ ମିଳିଛି| ରୁଦ୍ରକାଳୀ ନାମକ ଏକ ଘରୋଇ ବସ ଏମ ରାମପୁର ଠାରୁ ଭଞ୍ଜନଗର ଅଭିମୁଖେ ଯିବାବେଳେ ହଠାତ ବସରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇ ଥିବା ସୂଚନା ମିଳିଛି | ଘଟଣା ସ୍ଥଳରେ ବାଲିଗୁଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ | ଅଳ୍ପକେ ବର୍ତିଲେ ଯାତ୍ରୀ କୌଣସି ଅସୁବିଧା ହୋଇନଥିବା ଜଣା ପଡ଼ିଛି |