ଜଳପଥରେ ପ୍ରବାସୀଙ୍କ ପବେଶ ଉପରେ କଡ଼ା ନଜର

ଜଳପଥରେ ପ୍ରବାସୀଙ୍କ ପବେଶ ଉପରେ କଡ଼ା ନଜର
ଜଳପଥରେ ପ୍ରବାସୀଙ୍କ ପବେଶ ଉପରେ କଡ଼ା ନଜର

ଭୁବନେଶ୍ୱର:  କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ହୁ ହୁ ବଢୁଛି ସଂକ୍ରମଣ। ଅଧିକାଂଶ ରାଜ୍ୟରେ ନାଇଟ୍ କଫ୍ୟୁ ସହ ଲକ୍ଡାଉନ ବି ଲାଗୁହେଲାଣି। ତେଣୁ ଓଡ଼ିଶା ମୁହାଁ ହୋଇଛନ୍ତି ପ୍ରବାସୀ। ଏମାନଙ୍କ ସଂଖ୍ୟା ନଅ ଲକ୍ଷକୁ କମ୍ ହେବ ବୋଲି ଖୋଦ୍ ଶ୍ରମ ମନ୍ତ୍ରୀ କହିଥିଲେ ହେଁ ସେମାନେ କେଉଁ ପଥ ଦେଇ ଆସିବେ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଚିନ୍ତାରେ ବି ସରକାର। ତେଣୁ ପ୍ରଥମ ଲହର ଭଳି ଦ୍ୱିତୀୟ ଲହରରେ କିଛି ପ୍ରବାସୀ ଜଳପଥ ଦେଇ ଆସିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ମିଳିଥିବା ସୂଚନାନୁସାରେ କେବଳ ଓଡ଼ିଶାରେ ବିଶେଷକରି ବାଲେଶ୍ୱର, ଭଦ୍ରଖ, ଜଗସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ ଗଞ୍ଜାମର ସମୁଦ୍ର ପଥଦେଇ ଅମାନିଆ ପ୍ରବାସୀ କୋ÷ଣସି ହାତ ଡଙ୍ଗା ବା ଯନ୍ତ୍ରଚାଳିତ ବୋଟ୍ରେ ଆସିବାର ସମ୍ଭାବନା ଥିବାରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ହେଉଛି। ଅନ୍ୟ ରାଜ୍ୟରୁ ପ୍ରବାସୀ ଯେମିତି ପ୍ରବେଶ ନରନ୍ତି, ସେଥିପାଇଁ ସୁରକ୍ଷା ଓ କଟକଣାକୁ କଡ଼ାକଡ଼ି କରାଯାିଛି। ସମୁଦ୍ର ତଟ ସୁରକ୍ଷା ବଳ ସଜାଗ ରହିଛି। ଜଳପଥ ଦେଇ ଅନ୍ୟ ରାଜ୍ୟରୁ ଓଡ଼ିଶାରେ କେହି ପ୍ରବେଶ କରି ପାରିବେ ନାହିଁ ।

ଶୁକ୍ରବାର ରେଲବାଇ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ କହିଥିଲେ, କେବଳ ଓଡ଼ିଶା ନୁହେଁ ସବୁ ଉପକୂଳବର୍ତ୍ତୀ ରାଜ୍ୟରେ ଅବସ୍ଥା ସମାନ। ବାରଣ ସତ୍ତେ୍ୱ ପ୍ରବାସୀ ଫେରନ୍ତାଙ୍କ ଭିଡ଼ ଜମୁଛି। ସେଥିପାଇଁ ‘କୋଷ୍ଟାଲ ଏରିଆ’ରେ ବି ଜବରଦସ୍ତ ଚେକିଂ ଚାଲିଛି। ବାହାରୁ କୌଣସି ବୋଟ୍ ଆସିଲେ ଜବଦ ରାଯିବ। ରାଜ୍ୟରେ ୧୮ଟି ମେରାଇନ୍ ଷ୍ଟେସନରେ ଚେକିଂ ଚାଲିଛି। ରାଜ୍ୟ ପୋଲିସ୍ ସହାୟତାରେ ମେରାଇନ ଷ୍ଟେସନରେ ‘ପେଟ୍ରୋଲିଂ’କୁ କଡ଼ାକଡ଼ି କରାଯାଇଛି। ସମୁଦ୍ରତଟ ସବୁ ବୋଟ୍ରେ ଯାଞ୍ଚ ହେଉଛି। ପ୍ରତ୍ୟେକ ଥାନାରେ ‘ସାଗର ରକ୍ଷକ ଦଳ’ ସଜାଗ ଅଛନ୍ତି। ବାହାରୁ ଜଳ ପଥ ଦେଇ ଆସୁଥିବା ଲୋକଙ୍କ ବିଷୟରେ ସେମାନେ ସୂଚନା ସଂଗ୍ରହ କରୁଛନ୍ତି। ସେହିପରି ରାତିରେ ମୋଟର ସାଇକେଲରେ ପାଟ୍ରୋଲିଂ ଚାଲୁ ରହିଛି। ବୋଟ୍ରେ ଆସିଥିବା ଲୋକଙ୍କୁ ଧରି ତୁରନ୍ତ ‘କ୍ୱାରେଣ୍ଟଇନ’ରେ ରଖିବାର ବ୍ୟବସ୍ଥା ହୋଇଛି। ତେବେ ନିୟମ ଉଲ୍ଲଂଘନ କଲେ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଦିଆଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ ସ୍ପଷ୍ଟ କରିଥିଲେ।

ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟରେ ଳକଡାଉନ୍ ଲାଗୁ ହେବା ପରେ ରାଜ୍ୟକୁ ପ୍ରବାସୀ ଫେରିପାରନ୍ତି ବୋଲି ଆଶଙ୍କା କରିଥିଲେ। ସେ କହିଥିଲେ, ଏଥିପାଇଁ ପ୍ରସ୍ତୁତ ରହିବା ଜରୁରୀ। ପ୍ରବାସୀ ଶ୍ରମିକଙ୍କୁ ସଂଗରୋଧରେ ରଖିବା ସହ ସେମାନଙ୍କ ‘ଟେଷ୍ଟିଂ’ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ରାଜ୍ୟରେ ଅକ୍ସିଜେନ୍ ଓ କୋଭିଡ୍ ଶଯ୍ୟାର ଅଭାବ ନଥିଲେ ହେଁ ପ୍ରସ୍ତୁତିକୁ ବ୍ୟାପକ କରିବାକୁ ପଡ଼ିବ ବୋଲି କହିଥିଲେ। କୋଭିଡ୍ ମୁକାବିଲା ପାଇଁ ଅକ୍ସିଜେନ, ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ସମାଗ୍ରୀସବୁ ମହଜୁଦ କରିବାକୁ ହେବ। କାର୍ଯ୍ୟ ତ୍ୱରାନ୍ୱିତ ଓ ତଦାରଖ କାର୍ଯ୍ୟ ଜିଲ୍ଲାପାଳମାନେ ଦାୟିତ୍ୱର ସହ ସମ୍ପାଦନ କରିବେ ବୋଲି ଶ୍ରୀ ପଟ୍ଟନାୟକ କଡ଼ା ନିର୍ଦ୍ଦେଶ ବି ଦେଇଥିଲେ।