Friday, February 13, 2026
22.6 C
Odisha

    ଜୀବନ ହାରିଦେଲେ ଡିସିପିଙ୍କ ପୁଅ; ଛାଡ଼ି ଯାଇଛନ୍ତି ସୁଇସାଇଡ଼ ନୋଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମହାରାଷ୍ଟ୍ରର ଡେପୁଟି ପୁଲିସ୍‌ କମିଶନରଙ୍କ ଏକମାତ୍ର ପୁଅ ଫାଶୀ ‌ଦେଇ ଜୀବନ ହାରି ଦେଇଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ପୁଅର ନାମ ସାହିଲ ନନ୍ଦେନ୍ଦକର ବୟସ ୧୭ବର୍ଷ ବୋଲି ଜଣାପଡ଼ିଛି।

    ସୂଚନାଯୋଗ୍ୟ, ସାହିଲ ଡିସିପି ଶିଲବନ୍ତ ନନ୍ଦେନ୍ଦକରଙ୍କ ଏକମାତ୍ର ପୁଅ। ଗତ ରବିବାର ଡିସିପି ବାପା ମର୍ଣ୍ଣିଂୱାକରେ ଯିବା ପୂର୍ବରୁ ପୁଅକୁ ପାଠପଢ଼ିବା ପାଇଁ ଉଠାଇବାକୁ ଯାଇଥିଲେ। କିନ୍ତୁ ସାହିଲ କାବଟ ଖୋଲି ନଥିଲେ। ବ୍ୟସ୍ତ ବିବ୍ରତ ହୋଇ ଶିଲବନ୍ତ ପୁଅ କୋଠରିର ପଛପାର୍ଶ୍ବରେ ଖୋଲାଥିବା ଝରକା ପାଖକୁ ଧାଇଁ ଆସିଥିଲେ। ଏହି ସମୟରେ ‌ସେ କୋଠରି ଭିତରେ ଥିବା ସିଲିଂ ଫ୍ୟାନରେ ପୁଅର ଝୁଲନ୍ତା ଶରୀର ଦେଖି ସ୍ଥାଣୁ ପାଲଟି ଯାଇଥିଲେ।

    ପରିବାରଲୋକ ସଙ୍ଗେସଙ୍ଗେ ଏହି ଘଟଣା ସମ୍ପର୍କରେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାହିଲଙ୍କ ମୃତଦେହ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲା।
    ହେଲେ ସେଠାରେ ଡାକ୍ତର ସାହିଲଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୁଲିସ ସାହିଲଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ସାହିଲଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

    ପୁଲିସ ସାହିଲର ମୃତଦେହ କୋଠରିରୁ ଉଦ୍ଧାର କରିବା ସମୟରେ ଦର୍ପଣରେ ମରାଯାଇଥିବା ଏକ କାଗଜ ଉପରେ ନଜର ପଡ଼ିଥିଲା। ଏଥିରେ ଲେଖାଥିଲା ଯେ “ଏହି ଜୀବନକୁ ମୁଁ ବହୁ ଉପଭୋଗ କରି ସାରିଛି। ମୁଁ ପୁଣି କିଛି ନୂଆ ଆରମ୍ଭ କରିବାକୁ ଚାହୁଁଛି। ତା’ମାନେ ନୁହେଁ ମୁଁ ଜୀବନରୁ ଓହରି ଯାଉଛି। ବାସ କେବଳ ନୂଆ କିଛି ଆରମ୍ଭ କରିବାକୁ ଯାଉଛି।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.6 ° C
    22.6 °
    22.6 °
    25 %
    1.9kmh
    8 %
    Fri
    24 °
    Sat
    33 °
    Sun
    34 °
    Mon
    34 °
    Tue
    34 °

    ସମ୍ବନ୍ଧିତ