ଝାରସୁଗୁଡା ଜିଲ୍ଲାର ୩ଟି ସ୍କୁଲରେ ୧୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ

ଝାରସୁଗୁଡା ଜିଲ୍ଲାର ୩ଟି ସ୍କୁଲରେ ୧୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ
ଝାରସୁଗୁଡା ଜିଲ୍ଲାର ୩ଟି ସ୍କୁଲରେ ୧୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ

ଝାରସୁଗୁଡା,  ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକର ୩ଟି ସ୍କୁଲର ୧୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜେ.ଓ ହାଇସ୍କୁଲ ସାହାସପୁରର ୯ ଜଣ ଛାତ୍ରଛାତ୍ରୀ, ହେମାସାଗର ହାଇସ୍କୁଲର ପାକେଲଖୋଲର ୮ ଜଣ ଛାତ୍ରଛାତ୍ରୀ, କେବିଜେ ହାଇସ୍କୁଲ ସେଲେଟ୍ରିକାର ୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଏହି ଛାତ୍ରଛାତ୍ରୀମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ଲଇକେରା ବ୍ଲକ ଶିକ୍ଷା ଅଧିକାରୀ ପ୍ରଦୀପ୍ତ ସାହା ସୂଚନା ଦେଇଛନ୍ତି।  ପ୍ରକାଶ  ଯେ, ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଗତ ୮ ତାରିଖରୁ ବିଦ୍ୟାଳୟ ଖୋଲାଯିବା ପରେ ଲଇକେରା ବ୍ଲକର ମୋଟ ୭୭୫ ଜଣ ଛାତ୍ରଛାତ୍ରୀଙ୍କର କୋଭିଡ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୧୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।