ଝାଡ଼ଖଣ୍ଡରେ ବ୍ୟାପକ ପକ୍ଷୀମଡକ

ଝାଡ଼ଖଣ୍ଡରେ ବ୍ୟାପକ ପକ୍ଷୀମଡକ
ଝାଡ଼ଖଣ୍ଡରେ ବ୍ୟାପକ ପକ୍ଷୀମଡକ

ଦେଶର ୧୦ଟି ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଥିବାବେଳେ ବର୍ତ୍ତମାନ ଏହି ମାନଚତ୍ରରେ ଝାଡଖଣ୍ଡ ସ୍ଥାନ ପାଇବାକୁ ଯାଉଛି। ସୋମବାର ସକାଳେ ଝାଡଖଣ୍ଡର ଡୁମକା ଜିଲ୍ଳା ଅନ୍ତର୍ଗତ ପୋଖରିଆ ଗ୍ରାମରେ ଶତାଧିକ କାଉ, ଶାରୀ ଓ ଅନ୍ୟାନ୍ୟ ପକ୍ଷୀ ମରିବା ଫଳରେ ଏଠାରେ ବାର୍ଡ ଫ୍ଲୁ ଆଶଙ୍କା ଉପୁଜିଛି। ଜଣେ ଗ୍ରାମବାସୀଙ୍କ ବୟାନ ଅନୁଯାୟୀ ସୋମବାର ସକାଳେ ହଠାତ୍ ଗଛ ଉପରେ ବସିଥିବା ଏହି ପକ୍ଷୀମାନେ ତଳକୁ ଖସିପଡିଥିଲେ। କିଛି ସମୟ ଛଟପଟ ହେବାପରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ବୁଲା କୁକୁର ଓ ବିରାଡିମାନେ ଏହି ମୃତ ପକ୍ଷୀଙ୍କୁ ଖାଇବା ଆରମ୍ଭ କରିବାରୁ ଲୋକେ ଅଧିକ ଆତଙ୍କିତ ହୋଇପଡିଥିଲେ। ସେମାନେ ତୁରନ୍ତ ସ୍ଥାନୀୟ ପଶୁସମ୍ପଦ ବିଭାଗକୁ ଖବର ଦେଇଥିଲେ। ବିଭାଗୀୟ କର୍ମଚାରୀ ଅବିଳମ୍ବେ ଘଟଣାସ୍ଥଳରେ ପହଞ୍ଚି କେତେକ ମୃତ ପକ୍ଷୀଙ୍କର ନମୁନା ସଂଗ୍ରହ କରିଥିବାବେଳେ ଅନ୍ୟଗୁଡିକୁ ସତର୍କତାର ସହ ପୋତିଦେଇଥିଲେ। ସଂଗୃହୀତ ନମୁନାଗୁଡିକୁ ରାଞ୍ଚିସ୍ଥିତ ପରୀକ୍ଷାଗାରକୁ ପଠାଯିବ ବୋଲି ଜଣାପଡିଛି। ଏଭଳି ଘଟଣାରେ ସତର୍କ ରହିବା ସହ ତୁରନ୍ତ ପୁଲିସ କିମ୍ବା ପଶୁସମ୍ପଦ ବିଭାଗକୁ ସୂଚନା ଦେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।