ଟିକା ନେଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଟିକା ନେଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଟିକା ନେଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

କରୋନା ସଂକ୍ରମଣ ବିରୋଧରେ ଦେଶରେ ଜାରି ରହିଛି ଟିକାକରଣ। ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି। ଲକ୍ଷ୍ନୌର ସିଭିଲ ହସ୍ପିଟାଲରେ ଯୋଗୀ ଏହି ଟିକା ନେଇଛନ୍ତି। ଟିକା ନେବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି। ମାଗଣାରେ କେନ୍ଦ୍ର ସରକାର ଟିକା ଯୋଗାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଧନ୍ୟବାଦ ଦେଇଛନ୍ତି। କରୋନା ଟିକା ସମ୍ପୂର୍ଣ୍ଣ ନିରାପଦ ଓ ପ୍ରଭାବଶାଳୀ।

ଏଥିସହ ସମସ୍ତଙ୍କୁ ଟିକା ନେବା ପାଇଁ ଆହ୍ୱାନ କରିଛନ୍ତି। ଟିକା ନେବା ପରେ ମଧ୍ୟ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। କରୋନାର ନୂଆ ଷ୍ଟ୍ରେନ କାରଣରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ଏନେଇ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି।