ଟ୍ରାକ୍ଟର ଓଲଟି ଯୁବକଙ୍କର ମୃତ୍ୟୁ

ଟ୍ରାକ୍ଟର ଓଲଟି ଯୁବକଙ୍କର ମୃତ୍ୟୁ
ଟ୍ରାକ୍ଟର ଓଲଟି ଯୁବକଙ୍କର ମୃତ୍ୟୁ

 ମାହାଙ୍ଗା ବ୍ଲକ୍ ପୋଡାମରାଇ ପଞ୍ଚାୟତର ସିନ୍ଧୁପୁର ଗ୍ରାମର ସୁରେନ୍ଦ୍ର ପ୍ରଧାନ(୪୨)ଙ୍କର ଟ୍ରାକ୍ଟର ଓଲଟିବା ଫଳରେ ମୃତ୍ୟୁ ହୋଇଯାଇଛି। ସୁରେନ୍ଦ୍ର ହଳଦିଆ ପଞ୍ଚାୟତ ହଳଦିଆ ଗ୍ରାମ ନିକଟସ୍ଥ କଣ୍ଟେଇଶୁଣୀ ଠାକୁରାଣୀଠାରୁ ଅଳ୍ପ ଦୂରରେ ଥିବା ବିଲରେ ନିଜ ଟ୍ରାକ୍ଟରରେ ଚାଷ କରୁଥିଲେ। ଟ୍ରାକ୍ଟରଟିକୁ ପଛକୁ ନେଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିଥିଲା। ସ୍ଥାନୀୟ କୁଆଁପାଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସୁରେନ୍ଦ୍ରକୁ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାହାଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ।