ଟ୍ରାକ୍ଟର ରାଲିର ଫଇସଲା ପୁଲିସ କରୁ : ସୁପ୍ରିମକୋର୍ଟ

ଟ୍ରାକ୍ଟର ରାଲିର ଫଇସଲା ପୁଲିସ କରୁ : ସୁପ୍ରିମକୋର୍ଟ
ଟ୍ରାକ୍ଟର ରାଲିର ଫଇସଲା ପୁଲିସ କରୁ : ସୁପ୍ରିମକୋର୍ଟ

ଗତ ୫୬ ଦିନରୁ ଦିଲ୍ଲୀର ଭିନ୍ନ ଭିନ୍ନ ବୋର୍ଡରରେ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। କୃଷକ ୟୁନିୟନ ମାର୍ଚ୍ଚ ୨୬ରେ ଟ୍ରାକ୍ଟର ରାଲି ବାହାର କରିବାକୁ ନେଇ ଘୋଷଣା କରିଥିଲେ। ପରେ ଏହା ବିରୋଧରେ ଦିଲ୍ଲୀ ପୁଲିସ ସୁପ୍ରିମକୋର୍ଟରେ ପିଟିସନ୍ ଦାୟର କରିଥିଲେ। ସୁପ୍ରିମକୋର୍ଟ ଟ୍ରାକ୍ଟର ରାଲିକୁ ନେଇ କିନ୍ତୁ କୌଣସି ଫଇସଲା ଶୁଣାଇ ନାହାନ୍ତି। ଏହା ଦିଲ୍ଲୀ ପୁଲିସର ଅଧିକାର କ୍ଷେତ୍ରର ମାମଲା ଯାହାର ଫଇସଲା ଦିଲ୍ଲୀ ପୁଲିସକୁ ହିଁ ନେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଶୁଣାଣି ସମୟରେ ମୁଖ୍ୟ ବିଚାରପତି ଶରତ ଅରବିନ୍ଦ ବୋବଡେ କହିଛନ୍ତି ଯେ, ଏହି ମାମଲାକୁ ଦିଲ୍ଲୀ ପୁଲିସ ସମାଧାନ କରନ୍ତୁ ଆମକୁ ଏବିଷୟରେ କିଛି କହିବାର ନାହିଁ।

କୃଷି କମିଟିକୁ ନେଇ ଉଠୁଥିବା ପ୍ରଶ୍ନକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାର କହିଛନ୍ତି ଯେ, କମିଟିକୁ କୌଣସି ପଦକ୍ଷେପ ନେବାକୁ କୁହାଯାଇ ନାହିଁ । କେବଳ ଲୋକଙ୍କ କଥା ଶୁଣି ଆମକୁ ରିପୋର୍ଟ ଦେବାକୁ କୁହାଯାଇଛି।