ଟ୍ରକ୍ ଧକ୍କାରେ ବାଇକ ଚାଳକ ମୃତ

ଟ୍ରକ୍ ଧକ୍କାରେ ବାଇକ ଚାଳକ ମୃତ
ଟ୍ରକ୍ ଧକ୍କାରେ ବାଇକ ଚାଳକ ମୃତ

ରାୟଗଡ଼ା: ଓଡିଶା-ଆନ୍ଧ୍ର ସୀମା କେରେଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ଯୁବକର ମୃତ୍ୟୁ ହୋଇଛି। ଟ୍ରକ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟ କମରଡା ଥାନା ଅନ୍ତର୍ଗତ ସାରୁଡୁଗୁଡା ଗ୍ରାମର କାନ୍ତାରାଓ ବିଡିକା। ଆଜି ମୃତ କାନ୍ତାରାଓ ଆନ୍ଧ୍ରରୁ ରାୟଗଡା ସୀମାନ୍ତ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କାନ୍ତାରାଓଙ୍କ ମୃତ୍ୟୁ ହୋଇଛି।

ଦୁର୍ଘଟଣା ପରେ ସଂପୃକ୍ତ ଟ୍ରକ୍ ଡ୍ରାଇଭର ଶେଷଖାଲ ଥାନାରେ ଆତ୍ମସମର୍ପଣ କରିଛନ୍ତି। ତେବେ ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଶେଷଖାଲ ଥାନା ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ଏନେଇ ଶେଷଖାଲ ଥାନାରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ବିଜୟଲକ୍ଷ୍ଣୀ ହିକକା ସୂଚନା ଦେଇଛନ୍ତି।