ଟ୍ରକ-ପିକ୍‌ଅପ୍‌‌ ଭ୍ୟାନ୍ ମୁହାଁମୁହିଁ ଧକ୍କା : ୬ ମୃତ

ଟ୍ରକ-ପିକ୍‌ଅପ୍‌‌ ଭ୍ୟାନ୍ ମୁହାଁମୁହିଁ ଧକ୍କା : ୬ ମୃତ
ଟ୍ରକ-ପିକ୍‌ଅପ୍‌‌ ଭ୍ୟାନ୍ ମୁହାଁମୁହିଁ ଧକ୍କା : ୬ ମୃତ

ନୂଆଦିଲ୍ଲୀ:   ଉତ୍ତରପ୍ରଦେଶର ଜୋନପୁର ବାରାଣାସୀ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୧୧ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ସୂଚନାଯୋଗ୍ୟ, ଜୋନପୁର ଜିଲ୍ଲାର ଜଲାଲାପୁର ଗାଁର ନିବାସୀ ତଥା ୧୧୨ ବର୍ଷୀୟ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଥିଲା । ତାଙ୍କର କୌଣସି ପୁତ୍ର ନଥିଲ । ତେଣୁ ତାଙ୍କର ଦାହ ସଂସ୍କାର କରିବା ପାଇଁ ଜ୍ୱାଇଁ ନିଜ ଗାଁରୁ ୧୭ଜଣଙ୍କୁ ନେଇ ବାରାଣାସୀ ମଣିକର୍ଣ୍ମିକା ଘାଟ ଯାଇଥିଲେ । ସେଠାରେ ଦାହ ସଂସ୍କାର କରି ସମସ୍ତ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ନିଜ ଘରକୁ ଫେରୁଥିଲେ । କିନ୍ତୁ କିଏ ଜାଣିଥିଲା ନିଜ ସଂପର୍କୀୟଙ୍କ ଦାହ ସଂସ୍କାରରେ ଯୋଗଦେବାକୁ ଆସି ସବୁଦିନ ପାଇଁ ଆଖିବୁଜିଦେବେ ।

୧୭ଜଣଙ୍କୁ ନେଇ ପିକ୍‌ଅପ୍‌ ଭ୍ୟାନ୍‌ଟି ଜୋନାପୁର ସାମୀ ଦେଇ ଯାଉଥିବା ବେଳେ ବାରାଣାସୀ ପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଯାହାଫଳରେ କି ଟ୍ରକ ଓ ପିକ୍‌ଅପ୍ ଭ୍ୟାନ୍‌ ମଧ୍ୟରେ ଭୀଷଣ ଦୁର୍ଘଟଣା ଘଟିଥିଲା । ତେବେ ଏତେ ବଡ଼ ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ୬ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି ।