ଟ୍ରେନରେ ଏଣିକି ବିମାନ ଭଳି ମିଳିବ ଭୋଜନ
ନୂଆଦିଲ୍ଲୀ, ଭାରତୀୟ ରେଳବାଇର ଆଇଆରସିଟିସି ଏବେ ରୋଜଗାର ବଢ଼ାଇବା ଲାଗି ନୂଆ ଯୋଜନା କରୁଛି। ବିମାନ ଭଳି ରେଳବାଇ ମଧ୍ୟ ନିଜର ଯାତ୍ରୀମାନଙ୍କୁ ଭୋଜନ ଉପଲବ୍ଧ କରିବାକୁ ‘ରେଡି ଟୁ ଇଟ’ ଯୋଜନା ପ୍ରସ୍ତୁତ କରୁଛି। ଏଥିପାଇଁ ଆଇଆରସିଟିସି ଅନେକ ଜଣାଶୁଣା ଖାଦ୍ୟ ଉତ୍ପାଦନ କମ୍ପାନୀ ସହିତ ହାତ ମିଶାଇଛି।
ଏମଟିଆର, ଆଇଟିସି, ଡୁନଚାନ, ବାଘ ବକରୀ, ଆରକେ କ୍ୟାଟରିଂ ଓ ହଲ୍ଦୀରାମ ସମେତ ଆହୁରି ଅନେକ କମ୍ପାନୀ ସହିତ ବୁଝାମଣା କରିଛି। ରେଳ ଯାତ୍ରା ସମୟରେ ଲୋକେ ନିଜ ପସନ୍ଦର କ୍ୟାଟରିଂଙ୍କ ଠାରୁ ଭୋଜନ ମଗାଇପାରିବେ।
Comments (0)