ଟେଷ୍ଟିଂ କିଟ୍ ଖରାପ ଥିବାରୁ ପଜିଟିଭ୍ ଚିହ୍ନଟ ହୋଇଥିଲେ ବୁର୍ଲା ଭିସୁଟ୍ ର ୨୫ ଛାତ୍ରଛାତ୍ରୀ

ଟେଷ୍ଟିଂ କିଟ୍ ଖରାପ ଥିବାରୁ ପଜିଟିଭ୍ ଚିହ୍ନଟ ହୋଇଥିଲେ ବୁର୍ଲା ଭିସୁଟ୍ ର ୨୫ ଛାତ୍ରଛାତ୍ରୀ
ଟେଷ୍ଟିଂ କିଟ୍ ଖରାପ ଥିବାରୁ ପଜିଟିଭ୍ ଚିହ୍ନଟ ହୋଇଥିଲେ ବୁର୍ଲା ଭିସୁଟ୍ ର ୨୫ ଛାତ୍ରଛାତ୍ରୀ

ଗତ ଫେବୃଆରୀ ୨୭ ତାରିଖରେ ବୁର୍ଲା ଭିସୁଟ୍ ରେ ଏକା ସହିତ ୨୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ଚିନ୍ତା ବଢିଥିଲା ।

ଏମିତି କି ବୁର୍ଲା ଭିସୁଟ ସମ୍ପୂର୍ଣ୍ଣ ଭାବରେ ସଟଡାଉନ୍ ହେବା ସହିତ ପରୀକ୍ଷା ମଧ୍ୟ ସ୍ଥଗିତ ରହିଥିଲା ସଂକ୍ରମଣ ଭୟରେ ।

କିନ୍ତୁ ବର୍ତମାନ ସେ ସବୁ ଭୂଲ ପ୍ରମାଣିତ ହୋଇଛି । କରୋନା ଟେଷ୍ଟିଂ କିଟ୍ ଭୂଲ ଥିବାରୁ ପଜିଟିଭ୍ ଚିହ୍ନଟ ହୋଇଥିଲେ ବୁର୍ଲା ଭିସୁଟ୍ ର ୨୫ ଜଣ ଛାତ୍ରଛାତ୍ରୀ । ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

କିଟ୍ ରେ ତ୍ରୁଟି ରହିଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ପ୍ରଦୀପ୍ତ ମହାପାତ୍ର ସୂଚନା ଦେବା ସହିତ ବୁର୍ଲା ଭିସୁଟ୍ ର ସେହି ୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେହି କରୋନା ପଜିଟିଭ୍ ହୋଇ ନାହାନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଏହାପରେ ବୁର୍ଲା ଭିସୁଟ୍ ରେ ସଂକ୍ରମଣ ଭୟ ପାଇଁ ଲଗାଯାଇଥିବା କଟକଣା ସବୁ କୋହଳ ହେବା ନେଇ ମଧ୍ୟ ସୂଚନା ଦେଇଛନ୍ତି ପ୍ରଦୀପ୍ତ ମହାପାତ୍ର ।