ତୃଣମୂଳ କଂଗ୍ରେସରେ ସାମିଲ ହେବେ କ୍ରିକେଟର ମନୋଜ ତିୱାରୀ

ତୃଣମୂଳ କଂଗ୍ରେସରେ ସାମିଲ ହେବେ କ୍ରିକେଟର ମନୋଜ ତିୱାରୀ
ତୃଣମୂଳ କଂଗ୍ରେସରେ ସାମିଲ ହେବେ କ୍ରିକେଟର ମନୋଜ ତିୱାରୀ

କ୍ରିକେଟର ମନୋଜ ତିୱାରୀ ତୃଣମୂଳ କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି। ହୁଗୁଳିରେ କାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଲିରେ ମନୋଜ ଦଳରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ହାୱାଡାରେ ଜନ୍ମ ନେଇଥିବା ମନୋଜ ତିୱାରୀ ଭାରତୀୟ କ୍ରିକେଟ ଟିମରେ ୨୦୦୮ରେ ଡେବ୍ୟୁ କରିଥିଲେ। ଆଉ ଟିମ୍ ଇଣ୍ଡିଆ ପାଇଁ ଶେଷ ଦିନିକିଆ ୨୦୧୫ରେ ଖେଳିଥିଲେ। ସେ ୧୨ଟି ଦିନିକିଆ ଓ ୩ଟି ଟି-ଟ୍ୱୋଣ୍ଟି ମ୍ୟାଚ୍ ଖେଳିଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଅପ୍ରେଲ କିମ୍ବା ମେ’ ମାସରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଆଉ ଏହି ସମୟରେ ମନୋଜ ପାର୍ଟିରେ ସାମିଲ ହେବା ନେଇ ସ୍ଥିର କରିଛନ୍ତି।