ତମ୍ବାକୁ ଓ ଧୁମ୍ରପାନ କରୁଥିବା ଲୋକଙ୍କର କରୋନାରେ ମୃତ୍ୟୁବରଣ କରିବାର ସମ୍ଭାବନା ଅଧିକ : ସ୍ୱାସ୍ଥ୍ୟମନ୍ତ୍ରୀ

ତମ୍ବାକୁ ଓ ଧୁମ୍ରପାନ କରୁଥିବା ଲୋକଙ୍କର କରୋନାରେ ମୃତ୍ୟୁବରଣ କରିବାର ସମ୍ଭାବନା ଅଧିକ : ସ୍ୱାସ୍ଥ୍ୟମନ୍ତ୍ରୀ
ତମ୍ବାକୁ ଓ ଧୁମ୍ରପାନ କରୁଥିବା ଲୋକଙ୍କର କରୋନାରେ ମୃତ୍ୟୁବରଣ କରିବାର ସମ୍ଭାବନା ଅଧିକ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ତମ୍ବାକୁ ଓ ଧୁମ୍ରପାନ କରୁଥିବା ଲୋକଙ୍କର କରୋନାରେ ମୃତ୍ୟୁବରଣ କରିବାର ସମ୍ଭାବନା ଅଧିକ ରହିଛି। ଏସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। କରୋନା କେବଳ ଫୁସଫୁସ, ହୃତପିଣ୍ଡ ଓ କ୍ୟାନ୍ସର ଭଳି ରୋଗ ଉପରେ ନୁହେଁ ବରଂ ଶରୀରର ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଭାରତରେ ପାଖାପାଖି ୧୩ ଲକ୍ଷ ମୃତ୍ୟୁ ତମ୍ବାକୁ ଓ ଧୁମ୍ରପାନ ଯୋଗୁ ହୋଇଥାଏ। ଏଥିଯୋଗୁ ପ୍ରତିଦିନ ପାଖାପାଖି ୩୫୦୦ ଲୋକଙ୍କର ମୃତ୍ୟୁ ହୋଇଥାଏ। କିନ୍ତୁ ଭାରତରେ ତମ୍ବାକୁ ସେବନ କରୁଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୬ ପ୍ରତିଶତ କମିଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏହା ୩୪.୬ ପ୍ରତିଶତରୁ ୨୮.୬ ପ୍ରତିଶତ ହୋଇଯାଇଛି।