Sunday, January 25, 2026
22.3 C
Odisha

    ତିହିଡ଼ି ବ୍ଲକରେ ସ୍ଥାନାନ୍ତର ହୋଇଛନ୍ତି ୧୦ ହଜାର ବାତ୍ୟା ବିପନ୍ନ

    ଆଗକୁ ପଢନ୍ତୁ

    ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିବା ଜଣାଯାଇଛି। ତିହିଡି ବ୍ଲକର ସନ୍ଥପୁରା, କମାରିଆ ଇତ୍ୟାଦି ସ୍ଥାନରେ ଏ ପ୍ରକାର ପରିସ୍ଥିତି ଉପୁଜିଛି। ଗୁରୁବାର ରାତିରେ ବାତ୍ୟା ଦାନାର ପ୍ରକୋପରେ ବିଭିନ୍ନ ଅଞ୍ଚଳରେ ମଧ୍ୟ ଗଛସବୁ ଉପୁଡ଼ି ପଡ଼ିଛି। କିଛି ସ୍ଥାନରେ ଗଛ ପଡ଼ି ଚାଳଘର କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ଅଗ୍ନିଶମ ବିଭାଗ ଅଧିକାରୀ ଅନନ୍ତ ପ୍ରସାଦ ବେହେରାଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀମାନେ ଶୁକ୍ରବାର ସକାଳଠାରୁ ଗଛ କାଟି ରାସ୍ତା ସଫା କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହାଛଡ଼ା ବ୍ଲକର ୧୦୭ଟି ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳକୁ ବିଭିନ୍ନ ଅଞ୍ଚଳରୁ ୧୦ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ପଞ୍ଚାୟତର ସରପଞ୍ଚମାନଙ୍କ ତତ୍ତ୍ୱାବଧାନରେ ବିପନ୍ନମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଜିଲା ଅତିରିକ୍ତ ଉନ୍ନୟନ ଅଧିକାରୀ କୁଶଳ ନାୟକ, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ଜ୍ୟୋତିର୍ମୟ କର ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି। ପ୍ରଶାସନ ପକ୍ଷରୁ ନିୟୋଜିତ ୧୨ଜଣ ନୋଡାଲ ଅଫିସର ଓ ୩୧ଜଣ ସହକାରୀ ନୋଡାଲ ଅଫିସର ବିଭିନ୍ନ ପଞ୍ଚାୟତରେ ବାତ୍ୟା ବିପନ୍ନ ତଥା ଅନ୍ୟାନ୍ୟ ସୁବିଧା ଅସୁବିଧା ସମ୍ପର୍କରେ ପ୍ରଶାସନକୁ ତଥ୍ୟ ପ୍ରଦାନ କରୁଛନ୍ତି। ବିଭିନ୍ନ ସାମାଜିକ ସଙ୍ଗଠନର କର୍ମକର୍ତ୍ତା ବିଭିନ୍ନ ତଳିଆ ଅଞ୍ଚଳକୁ ଯାଇ ବିପନ୍ନଙ୍କୁ ଭେଟିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    30 %
    0.3kmh
    0 %
    Sun
    30 °
    Mon
    31 °
    Tue
    32 °
    Wed
    33 °
    Thu
    33 °

    ସମ୍ବନ୍ଧିତ