ଦୁଇଟି ମାଓ କ୍ୟାମ୍ପ ଧ୍ୱଂସ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଦୁଇଟି ମାଓ କ୍ୟାମ୍ପ ଧ୍ୱଂସ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ଦୁଇଟି ମାଓ କ୍ୟାମ୍ପ ଧ୍ୱଂସ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଭୁବନେଶ୍ୱର:  ଦୁଇଟି ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାକର୍ମୀ ।ଏହାସହ ମାଓ କ୍ୟାମ୍ପ ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।

 ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଓ ସୁକୁମା ଜିଲ୍ଲାରେ ଦୁଇଟି ମାଓ କ୍ଯାମ୍ପ ଧ୍ବଂସ କଲେ ସୁରକ୍ଷା କର୍ମୀ । ସୁକୁମା ଜିଲ୍ଲା ପୋଲାମପାଲି ଥାନା ଅନ୍ତର୍ଗତ ପାଲମଗୁଡା ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିଲେ। ସେଠାରେ ଡିଆରଜି ବାହିନୀ ପକ୍ଷରୁ କୁମିଂ ଅପରେସନ କରାଯାଇ କ୍ଯାମ୍ପକୁ ଧ୍ବଂସ କରାଯାଇଛି ।

ଅନ୍ୟପଟେ ବିଜାପୁର ଜିଲ୍ଲା ବାସାଗୁଡା ଥାନା ଅନ୍ତର୍ଗତ ପୋଲାମପାଲି ଜଙ୍ଗଲରେ ଆଉ ଏକ ମାଓ କ୍ଯାମ୍ପକୁ ଧ୍ବଂସ କରିଛନ୍ତି ସିଆରପିଏଫ ଯବାନ । ଉଭୟ ସ୍ଥାନରୁ ଯବାନ ମାନେ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ।