ଦୁଇ ଦିନରେ ୨ ଛାତ୍ରଙ୍କ ସହ ୨୬ ଶିକ୍ଷକ ସଂକ୍ରମିତ

ଦୁଇ ଦିନରେ ୨ ଛାତ୍ରଙ୍କ ସହ ୨୬ ଶିକ୍ଷକ ସଂକ୍ରମିତ
ଦୁଇ ଦିନରେ ୨ ଛାତ୍ରଙ୍କ ସହ ୨୬ ଶିକ୍ଷକ ସଂକ୍ରମିତ

ଗତ ୨ ଦିନରେ ଗଜପତି ଜିଲ୍ଲାରେ ୩୧ ପଜିଟିଭ ଚିହ୍ନଟ ହେବା ଏବଂ ଏମାନଙ୍କ ଭିତରେ ୨୬ ଶିକ୍ଷକ ଓ ୨ ଛାତ୍ର ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ସୂଚନା ମିଳିବା ଅଭିଭାବକ ମହଲକୁ ଚିନ୍ତାଗ୍ରସ୍ତ କରିଛି। କରୋନା କଟକଣା ଯୋଗୁ ବନ୍ଦ ଥିବା ରାଜ୍ୟର ସମସ୍ତ ସ୍କୁଲ ଶୁକ୍ରବାର ଖୋଲିଛି। କୋଭିଡ ଗାଇଡ୍ଲାଇନ ଅନୁସାରେ ସ୍କୁଲ ଖୋଲିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସରକାରଙ୍କ ଗାଇଡଲାଇନ ମୁତାବକ ସ୍କୁଲ ଖୋଲିବାର ଦିନକ ପୂର୍ବରୁ ଅର୍ଥାତ୍ ୭ ତାରିଖ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କୋଭିଡ ଟେଷ୍ଟ କରାଯିବା ବାଧ୍ୟତାମୂଳକ କରାଯାଇଥିଲା। ତେବେ ୭ ତାରିଖ ଆଣ୍ଟିଜେନ ଟେଷ୍ଟ ପରେ ଶୁକ୍ରବାର ୧୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।

ଶନିବାର ବି ୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ ୨୬ ଶିକ୍ଷକ, ୨ଜଣ ଛାତ୍ର ଓ ୩ ଜଣ ସ୍ଥାନୀୟ ଲୋକ ଅଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ କୁମାର ପାତ୍ର ସୂଚନା ଦେଇଛନ୍ତି। ମୋହନା ବ୍ଲକରେ ସର୍ବାଧିକ ୨୧ ଶିକ୍ଷକ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ଜଣ ଛାତ୍ରଙ୍କ ବି ଆଣ୍ଟିଜେନ ଟେଷ୍ଟରୁ ପଜିଟିଭ ବାହାରିଛି। ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରୁ ଆଉ ୫ଜଣ ଶିକ୍ଷକ କରୋନାରେ ଆକ୍ରାନ୍ତ ଥିବାବେଳେ ସ୍ଥାନୀୟ ଲୋକ ୩ଜଣ ବି ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ କେଉଁ ବ୍ଲକର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ। ସମସ୍ତ ଛାତ୍ର ଓ ଶିକ୍ଷକଙ୍କୁ ସ୍କୁଲକୁ ଆସିବାକୁ ବାରଣ କରାଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ପ୍ରକାଶ କରିଛନ୍ତି। କିନ୍ତୁ ପଜିଟିଭ ଚିହ୍ନଟ ଶିକ୍ଷକ ଓ ଛାତ୍ରଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।ଇ