ଦାନ୍ତରେ କ୍ୟାଭିଟିଜ୍ ହେଉଛି କି? ଜାଣନ୍ତୁ ସରଳ ଉପାୟ

ଦାନ୍ତରେ କ୍ୟାଭିଟିଜ୍ ହେଉଛି କି? ଜାଣନ୍ତୁ ସରଳ ଉପାୟ
ଦାନ୍ତରେ କ୍ୟାଭିଟିଜ୍ ହେଉଛି କି? ଜାଣନ୍ତୁ ସରଳ ଉପାୟ

ଆଜିକାଲି ଦାନ୍ତରେ କ୍ୟାଭିଟିଜ୍‌ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଦାନ୍ତରେ ସୃଷ୍ଟି ହେଉଥିବା ଛୋଟ ଛୋଟ କଣା, ଯାହାକି ପରେ ଧୀରେ ଧୀରେ ଦାନ୍ତ ମୂଳ ପଚିବାର କାରଣ ହୋଇଥାଏ ତାହାକୁ କ୍ୟାଭିଟିଜ୍‌ କୁହାଯାଇଥାଏ। ଏହାର ଅଧିକ ଶିକାର ଛୋଟ ପିଲାମାନେ ହୋଇଥାନ୍ତି। କାହିଁକି ନା ସେମାନେ ଅଧିକ ଚକୋଲେଟ୍‌ ଖାଆନ୍ତି। ତେବେ ଖାଲି ଛୋଟ ଛୁଆ ନୁହେଁ ଅଧିକାଂଶ ଲୋକ କ୍ୟାଭିଟିଜ୍‌ର ଶିକାର ହୋଇଥାନ୍ତି। ଦିନକୁ ୨ ଥର ଦାନ୍ତ ସଫା କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ। ଏହା ଛଡ଼ା କିଛି ଘରୋଇ ଉପଚାର ଅଛି ଯାହାଦ୍ୱାରା ଆପଣଙ୍କୁ ଏଥିରୁ ମୁକ୍ତି ମିଳିପାରିବ।

କ୍ୟାଭିଟିଜ୍‌ରୁ ମୁକ୍ତି ପାଇଁ ଘରୋଇ ଉପଚାର….
 

ଲବଙ୍ଗ: ଲବଙ୍ଗ କେବଳ କ୍ୟାଭିଟି ନୁହେଁ, ମୁଖ ଗହ୍ୱରର ବିଭିନ୍ନ ସମସ୍ୟା ସହ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ। ଏହାର ଆଣ୍ଟି-ବ୍ୟାକ୍ଟେରିୟଲ୍‌ ଗୁଣ ଯନ୍ତ୍ରଣା କମ୍‌ କରିବାରେ ସାହାଯ୍ୟ କରିଥାଏ। ଲବଙ୍ଗ ତେଲ ମଧ୍ୟ ଆପଣ ବ୍ୟବହାର କରିପାରିବେ।

ରସୁଣ: ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ରସୁଣ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପକାରୀ। କଞ୍ଚା ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏଥିରେ ଥିବା ଆଣ୍ଟି-ଫଙ୍ଗଲ୍‌ ଓ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ପେନ୍‌ କିଲର୍‌ ଭଳି କାମ କରିଥାଏ।
 
ଲୁଣ ପାଣି: ମୁଖ ଗହ୍ୱର ସଂକ୍ରମଣରୁ ମୁକ୍ତି ପାଇଁ ଲୁଣ ପାଣି ସବୁଠୁ ସହଜ ଉପାୟ। ଏହା ଆପଣଙ୍କ ପାଟିରେ ଥିବା ବ୍ୟାକ୍ଟେରିଆରୁ ମୁକ୍ତ ରଖିଥାଏ।

ଲେମ୍ବୁ: ଲେମ୍ବୁରେ ଭିଟାମିନ୍‌-ସି ଭରପୂର ମାତ୍ରାରେ ରହିଛି। ଏଥିରେ ଥିବା ଏସିଡ୍‌ ଜୀବାଣୁକୁ ମାରି ଯନ୍ତ୍ରଣାରୁ ମୁକ୍ତ କରିଥାଏ। ପାଟି ଭିତରେ ଏକ ଛୋଟ ଖଣ୍ଡ ଲେମ୍ବୁ ରଖି ଏହାକୁ ଚୋବାନ୍ତୁ। କିଛି ସମୟ ପରେ ପରିଷ୍କାର ପାଣିରେ ପାଟି ଧୁଅନ୍ତୁ। ଲେମ୍ବୁ ରସରେ ଏକ ପ୍ରକାର ଗୁଣ ରହିଛି ଯାହା ଦାନ୍ତର ହଳଦିଆ ଅଂଶକୁ ହଟାଇଦିଏ।

ଟି-ଟ୍ରି ଅଏଲ୍‌: ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଅଲ୍‌ ଗୁଣ କ୍ୟାଭିଟି ସହ ଲଢ଼ିବାରେ ସାହାଯ୍ୟ କରିଥାଏ। ଏହି ତେଲକୁ ବ୍ୟବହାର କରିବା ପଦ୍ଧତି ଅତି ସହଜ। ତେଲକୁ ଦାନ୍ତ ଓ ମାଢ଼ିରେ ଲଗାଇ କିଛି ସମୟ ଘଷିଲା ପରେ ଗରମ ପାଣିରେ ପାଟିକୁ ଧୋଇ ଦିଅନ୍ତୁ।

 

ନିମ୍ବ: ଆଗରୁ ଲୋକମାନେ ବ୍ରଶ୍‌ ବଦଳରେ ନିମ୍ବ କାଠିରେ ଦାନ୍ତ ଘଷୁଥିଲେ। ଶକ୍ତ ଓ ସୁସ୍ଥ ଦାନ୍ତ ପାଇଁ ନିମ୍ବ ରସର ବିକଳ୍ପ ନାହିଁ । ଏଥିରେ ଥିବା ଫାଇବର ଉପାଦାନ ମୁଖ ଗହ୍ୱର ସମସ୍ୟାରୁ ମୁକ୍ତି ଦେଇଥାଏ। ମାତ୍ର ଆମେ ଏଠି ନିମ୍ବ କାଠି କଥା ନୁହେଁ ନିମ୍ବ ପତ୍ର କଥା କହୁଛୁ। ପାଟିରେ ନିମ୍ବ ପତ୍ର ରଖି ଏହାକୁ ଚୋବାଇ ସାଙ୍ଗେ ସାଙ୍ଗେ ପାଟି ଧୋଇ ଦିଅନ୍ତୁ।

ହଳଦୀ: ସାଧାରଣତଃ କ୍ୟାଭିଟିରୁ ମୁକ୍ତି ପାଇଁ ହଳଦୀ ବ୍ୟବହାର କରାଯାଇଥାଏ। ଏହା ଆପଣଙ୍କ ମାଢ଼ିକୁ ମଜଭୁତ୍‌ କରିବାରେ ସାହାଯ୍ୟ କରିଥାଏ। ଏହାକୁ ବ୍ୟବହାର କରିବାର ୨ଟି ପ୍ରକ୍ରିୟା ରହିଛି। ପାଟିର ଯେଉଁ ସବୁ ସ୍ଥାନରେ କ୍ୟାଭିଟି ହୋଇଛି ହଳଦୀ ଲଗାଇ ପାଟି ଧୋଇ ଦିଅନ୍ତୁ। ନ ହେଲେ ହଳଦୀକୁ ସୋରିଷ ତେଲରେ ମିଶାଇ ଲଗାଇ, ୧୦ ମିନିଟ୍‌ ପର୍ଯ୍ୟନ୍ତ ଘଷନ୍ତୁ।

ପ୍ରତ୍ୟେକ ଦିନ ସକାଳୁ ଶୋଇକି ଉଠିବା ପରେ ଓ ରାତିରେ ଶୋଇବା ପୂର୍ବରୁ ବ୍ରଶ୍‌ କରନ୍ତୁ। ଏହାଦ୍ୱାରା ଖାଲି କ୍ୟାଭିଟି ନୁହେଁ ଦାନ୍ତ ଜନିତ ସମସ୍ୟା ସବୁ ଦୂର ହୋଇଥାଏ। ଏଥିସହ ସବୁବେଳେ ଖାଇବା ପୂର୍ବରୁ ଓ ଖାଇବା ପରେ ପାଟିକୁ ଭଲ ଭାବରେ ଧୁଅନ୍ତୁ।

ଆଜିକାଲି ସୁଗାରଫ୍ରି ଗମ୍‌ ମିଳୁଛି। ଏହାକୁ ଚୋବାଇବା ଦ୍ୱାରା ଦାନ୍ତ ସବୁବେଳେ ଏନ୍‌ଗେଜ୍‌ ରହେ। ସୁଗାରଫ୍ରି ଗମ୍‌ ଚୋବାଇବା ଦ୍ୱାରା ଦାନ୍ତର ବ୍ୟାୟାମ ହୁଏ। ଯାହା ଫଳରେ କ୍ୟାଭିଟି ହୋଇପାରେ ନାହିଁ ।

ଫିଟିକିରିକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ । ସେଥିରେ ଅଳ୍ପ କିଛି ହଳଦୀଗୁଣ୍ଡ ମିଶାନ୍ତୁ । ଏହି ପାଉଡରରେ ଦାନ୍ତ ବ୍ରଶ୍‌ କରନ୍ତୁ ବା ହାତ ନେଇ ଦାନ୍ତରେ ରଗଡ଼ନ୍ତୁ। ତା ପରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହକୁ ଥରେ ଦୁଇ ଥର କରାଯାଇପାରେ।