ଦିଲ୍ଲୀକୁ ପ୍ରବେଶ ପାଇଁ ଏହି ୫ ରାଜ୍ୟର ଲୋକଙ୍କୁ ଦେବାକୁ ହେବ କରୋନା ନେଗେଟିଭ ରିପୋର୍ଟ

ଦିଲ୍ଲୀକୁ ପ୍ରବେଶ ପାଇଁ ଏହି ୫ ରାଜ୍ୟର ଲୋକଙ୍କୁ ଦେବାକୁ ହେବ କରୋନା ନେଗେଟିଭ ରିପୋର୍ଟ
ଦିଲ୍ଲୀକୁ ପ୍ରବେଶ ପାଇଁ ଏହି ୫ ରାଜ୍ୟର ଲୋକଙ୍କୁ ଦେବାକୁ ହେବ କରୋନା ନେଗେଟିଭ ରିପୋର୍ଟ

ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିବାକୁ ଲାଗିଛି। ଏହି ମଧ୍ୟରେ ମହାରାଷ୍ଟ୍ରରେ ପୁଣି କରୋନା ବହୁ ଜୋରରେ ବ୍ୟାପିବାରେ ଲାଗିଛି। ଏହି ମଧ୍ୟରେ ଅନେକ ରାଜ୍ୟ ଲକଡାଉନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ କେରଳ, ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଞ୍ଜାବରୁ ଦିଲ୍ଲୀକୁ ଆସୁଥିବା ଲୋକମାନଙ୍କ ପାଇଁ କଟକଣା ଜାରି ହୋଇଛି। ଏହି ରାଜ୍ୟରୁ ଆସୁଥିବା ଲୋକଙ୍କୁ କରୋନା ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ। ପରେ ଦିଲ୍ଲୀରେ ପ୍ରବେଶ ଅନୁମତି ମିଳିବ। ଏହି ପ୍ରକ୍ରିୟା ୨୬ ଫେବୃଆରୀରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ।

ଏହି ରାଜ୍ୟମାନଙ୍କରୁ ଆସୁଥିବା ଟ୍ରେନ୍, ବିମାନ ଓ ବସ୍ ଯାତ୍ରୀଙ୍କ କରୋନା ରିପୋର୍ଟ ନେଗେଟିଭ ଥିଲେ ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ମିଳିବ। ସୂଚନା ଅନୁସାରେ ଗତ ସପ୍ତାହରେ ଦିଲ୍ଲୀରୁ ଚିହ୍ନଟ ହୋଇଥିବା କରୋନା ମାମଲା ମଧ୍ୟରେ ୮୬ ପ୍ରତିଶତ ମାମଲା ଏହି ରାଜ୍ୟରୁ ଦେଖିବାକୁ ମିଳିଛି। ଏହି ରାଜ୍ୟରୁ ଦିଲ୍ଲୀକୁ ଆସୁଥିବା ବିମାନର ଉଡାଣ ପୂର୍ବରୁ ଯାତ୍ରୀଙ୍କ ୭୨ ଘଣ୍ଟା ଭିତରେ ହୋଇଥିବା କରୋନା ନେଗେଟିଭ ରିପୋର୍ଟ ଯାଞ୍ଚ କରିବାକୁ ଉକ୍ତ ରାଜ୍ୟ ଅଧିକାରୀମାନଙ୍କୁ କୁହାଯାଇଛି।