ଦିଲ୍ଲୀରେ ଆଉ ୧୦୦୦ ବେଡ ବିଶିଷ୍ଟ କୋଭିଡ କେୟାର ସେଣ୍ଟର

ଦିଲ୍ଲୀରେ ଆଉ ୧୦୦୦ ବେଡ ବିଶିଷ୍ଟ କୋଭିଡ କେୟାର ସେଣ୍ଟର
ଦିଲ୍ଲୀରେ ଆଉ ୧୦୦୦ ବେଡ ବିଶିଷ୍ଟ କୋଭିଡ କେୟାର ସେଣ୍ଟର

ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଦିଲ୍ଲୀ ସରକାର ସନ୍ଥ ନିରଂକାରୀ ପଡ଼ିଆରେ ୧୦୦୦ ବେଡ ବ୍ୟବସ୍ଥା କରିଛନ୍ତି। ଏହା ରବିବାର ଆରମ୍ଭ ହୋଇଯାଇଛି। ଦିଲ୍ଲୀର ଐତିହାସିକ ରାମଲୀଳା ପଡ଼ିଆରେ ୫୦୦ ବେଡର ବ୍ୟବସ୍ଥା ପରେ କରୋନା ରୋଗୀଙ୍କ ଲାଗି ଦିଲ୍ଲୀ ସରକାର ପକ୍ଷରୁ ଆହୁରି ଏତେ ବଡ଼ ଦ୍ୱିତୀୟ ବ୍ୟବସ୍ଥା କରାଯାଇଛି।

ବୁରାଡିରୁ ଆମ ଆଦମୀ ପାର୍ଟିର ବିଧାୟକ ସଂଜୀବ ଝା କୋଭିଡ ସେଣ୍ଟର ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ, ୧୦୦୦ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ଡାକ୍ତରଙ୍କ ଏକ ବଡ଼ ଟିମ ୨୪ ଘଣ୍ଟା ଏଠାରେ ରୋଗୀଙ୍କ ଉପରେ ନଜର ରଖିଛନ୍ତି। ରବିବାର ଠାରୁ ୧୦୦ ବେଡ କାର୍ଯ୍ୟକ୍ଷମ ହୋଇସାରିଛି। ଏଠାକୁ ରୋଗୀ ଆସିବା ପରେ ଧୀରେ ଧୀରେ ଅନ୍ୟ ବେଡକୁ କାର୍ଯ୍ୟକ୍ଷମ କରାଯିବ।