ଦିଲ୍ଲୀରେ ଏବେ ନିଜର ଭିନ୍ନ ଶିକ୍ଷା ବୋର୍ଡ

ଦିଲ୍ଲୀରେ ଏବେ ନିଜର ଭିନ୍ନ ଶିକ୍ଷା ବୋର୍ଡ
ଦିଲ୍ଲୀରେ ଏବେ ନିଜର ଭିନ୍ନ ଶିକ୍ଷା ବୋର୍ଡ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀ ଏବେ ନିଜର ନୂଆ ଶିକ୍ଷା ବୋର୍ଡ ପ୍ରସ୍ତୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଦିଲ୍ଲୀ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀରେ କେବଳ ସିବିଏସଇ ଓ ଆଇସିଏସଇ ବୋର୍ଡ ରହିଛି। କିନ୍ତୁ ଏବେ ଅନ୍ୟ ରାଜ୍ୟ ପରି ଦିଲ୍ଲୀର ବି ନିଜର ଶିକ୍ଷାବୋର୍ଡ ରହିବ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ‘ଏବେ ଏମିତି ଶିକ୍ଷା ପ୍ରସ୍ତୁତ କରାଯିବ ଯଦ୍ୱାରା ପାଠ ସରିବା ପରେ ଜଣଙ୍କୁ ଧକ୍କା ଖାଇବାକୁ ପଡ଼ିବ ନାହିଁ। ପୁରା ଶିକ୍ଷା ବର୍ଷ ମୁଖସ୍ଥ କରିବାକୁ ଜୋର ଦେଉଥିବାବେଳେ ଏହାକୁ ବଦଳାଇ ବୁଝିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ।’

କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଆଜି ଦିଲ୍ଲୀର ସରକାରୀ ସ୍କୁଲରେ ଫଳାଫଳ ୯୮ ପ୍ରତିଶତ ଆସିବାରେ ଲାଗିଲାଣି। ସରକାରୀ ସ୍କୁଲର ଛାତ୍ରୀଛାତ୍ରୀ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କଠାରୁ ଭଲ ରେଜଲ୍ଟ କରୁଛନ୍ତି। ଯଉଁ ଅଭିଭାବକମାନେ ତାଙ୍କ ପିଲାଙ୍କୁ ସରକାରୀ ସ୍କୁଲକୁ ପଠାଉନଥିଲେ ଏବେ ନିଜ ପିଲାଙ୍କ ଭବିଷ୍ୟତ ସରକାରୀ ସ୍କୁଲରେ ସୁରକ୍ଷିତ ମଣୁଛନ୍ତି।